ନୂଆ ସଂସଦ ଭବନ ଆମ ଗଣତନ୍ତ୍ରର ମନ୍ଦିର ଓ ଏହା ବିଶ୍ୱକୁ ଭାରତର ସଂକଳ୍ପର ବାର୍ତ୍ତା ପ୍ରଦାନ କରେ”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥି ସହିତ ଏହି ଅବସରରେ ନୂଆ ସ୍ମାରକମୁଦ୍ରା ଏବଂ ଡାକ ଟିକଟ ଉତ୍ସର୍ଗୀକୃତ ହୋଇଛି । ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନରେ ନନ୍ଦୀ ପ୍ରତିମା ସହିତ ରାଜଦଣ୍ଡ ବା ସେଙ୍ଗୋଲକୁ ପ୍ରତିଷ୍ଠା କରିଥିଲେ । ସେ ମଧ୍ୟ ପ୍ରଦୀପ ପ୍ରଜ୍ଜଳନ କରିବା ସହିିତ ସେଙ୍ଗୋଲ ଉପରେ ପୁଷ୍ପ ପ୍ରଦାନ କରିଥିଲେ । ଏହି ଅବସରରେ ସମବେତ ଅତିଥି ଓ ଲୋକପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଦେଶର ଇତିହାସରେ ଅଳ୍ପ କିଛି କ୍ଷଣ ରହିଛି ଯାହା ଅମର, ଅବିନିଶ୍ୱର ହୋଇ ରହିଥାଏ । ସମୟର ମୁହଁରେ କିଛି ତାରିଖ ଆମର ହସ୍ତାକ୍ଷର ପାଲଟେ । ୨୮ମେ ୨୦୨୩ ସେହିଭଳି ଏକ ଦିବସ । “ଭାରତର ଜନସାଧାରଣ ଅମୃତ ମହୋତ୍ସବ ପାଇଁ ନିଜକୁ ନିଜେ ଏକ ଉପହାର ପ୍ରଦାନ କରିଛନ୍ତି ।” ଏହି ଗୌରବୋଜ୍ଜ୍ୱଳ ଘଟଣା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
The new Parliament House is a reflection of the aspirations of new India. https://t.co/qfDGsghJgF
— Narendra Modi (@narendramodi) May 28, 2023
नया जोश है, नई उमंग है।
नया सफर है, नई सोच है।
दिशा नई है, दृष्टि नई है।
संकल्प नया है, विश्वास नया है। pic.twitter.com/C1t0ClzFOL
— Narendra Modi (@narendramodi) May 28, 2023
यह हमारा सौभाग्य है कि हम पवित्र सेंगोल की गरिमा लौटा सके हैं। मुझे विश्वास है कि इससे हम सभी को कर्तव्यपथ, सेवापथ और राष्ट्रपथ पर आगे बढ़ने की प्रेरणा मिलती रहेगी। pic.twitter.com/uh9UUjifmk
— Narendra Modi (@narendramodi) May 28, 2023
संसद की नई इमारत इस बात का जीवंत प्रतीक है कि 21वीं सदी का नया भारत गुलामी की सोच को पीछे छोड़, अपने प्राचीन गौरव और वैभव को तेजी से हासिल करने में जुटा है। pic.twitter.com/8skZKYqq5P
— Narendra Modi (@narendramodi) May 28, 2023
Here are key moments from the grand inauguration of our new Parliament building. A milestone in our nation's journey, it radiates the hopes and aspirations of 140 crore Indians. pic.twitter.com/OQM7HKPa5R
— Narendra Modi (@narendramodi) May 28, 2023
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଏକ ମାମୁଲି ଭବନ ନୁହେଁ ; ଏହା ୧୪୦ କୋଟି ଭାରତୀୟଙ୍କ ଆଶା ଆକାଂକ୍ଷା ଓ ସ୍ୱପ୍ନର ପ୍ରତିଫଳନ । “ଏହା ଆମ ଗଣତନ୍ତ୍ରର ମନ୍ଦିର ଏବଂ ସମଗ୍ର ବିଶ୍ୱକୁ ଭାରତର ସଂକଳ୍ପର ବାର୍ତ୍ତା ପ୍ରେରଣ କରେ । ଏହି ନୂଅ।। ପାର୍ଲାମେଣ୍ଟ ଭବନ ଯୋଜନାକୁ ବାସ୍ତବତାରେ, ନୀତିକୁ କାର୍ଯ୍ୟକାରିତାରେ, ଇଚ୍ଛାଶକ୍ତିକୁ କାର୍ଯ୍ୟକ୍ରମରେ ରୂପାୟନ ଏବଂ ସଂକଳ୍ପରୁ ସିଦ୍ଧିକୁ ସଂଯୋଗ କରେ । ଏହା ଆମ ମୁକ୍ତି ସଂଗ୍ରାମୀମାନଙ୍କର ସ୍ୱପ୍ନ ସାକାର କରିବା ନିମନ୍ତେ ଏକ ମାଧ୍ୟମ ହେବ । ଏହା ଆତ୍ମନିର୍ଭର ଭାରତର ସୂର୍ଯ୍ୟୋଦୟ ଦେଖିବ ଏବଂ ବିକଶିତ ଭାରତର ଅନୁଭୂତି ଲାଭ କରିବ । ନୂଆ ସଂସଦ ଭବନ ପ୍ରାଚୀନ ଓ ନବୀନର ସହାବସ୍ଥାନର ଏକ ଉଦାହରଣ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ନୂତନ ପଥ ଦେଇ ଗତି କଲେ ନୂଆ ଆଦର୍ଶମାନ ପ୍ରତିଷ୍ଠା କରି ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନୂତନ ମାର୍ଗ ଅନୁସରଣ କରି ନୂଆ ନୂଆ ଲକ୍ଷ୍ୟ ହାସଲ କରୁଛି । ସବୁଆଡେ ନୂଆ ଉତ୍ସାହ, ନୂତନ ଶକ୍ତି, ଅଭିନବ ଭାବନା, ନୂଆ ବିଚାର ଏବଂ ନବଯାତ୍ରା ଦେଖିବାକୁ ମିଳୁଛି । ଏଥିରେ ନୂଆ ଲକ୍ଷ୍ୟ, ନୂତନ ଦିଗ ଓ ନୂତନ ବିଶ୍ୱାସ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ଭାରତର ସଂକଳ୍ପ ଓ ନିଷ୍ପତ୍ତି ଆଡେ ନଜର ରଖିଛି । ବିଶ୍ୱବାସୀ ଭାରତର ନାଗରିକଙ୍କ ସାମର୍ଥ୍ୟ, ବଳ, ଲୋକଶକ୍ତିରର ପରମାୟୁକାଳକୁ ଆଶା ଓ ସମ୍ମାନର ସହ ଦେଖୁଛନ୍ତି । “ଭାରତ ଯେତେବେଳେ ଆଗକୁ ବଢୁଛି, ସମଗ୍ର ବିଶ୍ୱ ଆଗକୁ ଗତି କରୁଛି । ନୂଆ ପାର୍ଲାମେଣ୍ଟ ଭବନ ଭାରତର ବିକାଶ ସହିତ ସମଗ୍ର ବିଶ୍ୱର ବିକାଶକୁ ଆବାହନ କରିବ ।”
ପବିତ୍ର ସେଙ୍ଗୋଲ ବା ରାଜଦଣ୍ଡ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାନ୍ ଚୋଳ ସାମ୍ରାଜ୍ୟରେ ସେନଗଲ ରାଷ୍ଟ୍ର ପ୍ରତି ସେବା ଓ ଦାୟିତ୍ୱ ନିର୍ବାହର ଏକ ପ୍ରତୀକ ଭାବେ ବିବେଚିତ ହେଉଥିଲା । ରାଜାଜୀ ଓ ଅଧୀନମ୍ଙ୍କ ଦିଗ୍ଦର୍ଶନରେ ଏହି ସେନଗଲ ଭାରତୀୟଙ୍କୁ ବ୍ରିଟିଶ ଶାସକମାନଙ୍କର କ୍ଷମତା ହସ୍ତାନ୍ତରର ଏକ ପବିତ୍ର ପ୍ରତୀକଭାବେ ବ୍ୟବହୃତ ହୋଇଥିଲା । ଅଧୀନମ୍ ମଠର ସାଧୁମାନେ ଏହି ଉତ୍ସବରେ ଯୋଗ ଦେବାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ମଥା ପାତି ପ୍ରଣତି ଜଣାଇ ନିଜର କୃତଜ୍ଞତା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଆମର ସୌଭାଗ୍ୟ ଯେ ଏହି ପବିତ୍ର ସେନଗଲର ମର୍ଯ୍ୟାଦା ପୁନରୁଦ୍ଧାର କରିବାରେ ଆମେ ସଫଳ ହୋଇଛି । ଗୃହର ଅଧିବେଶନ ଚାଲିବା ସମୟରେ ଏହି ସେନଗଲ ଆମକୁ ଉତ୍ସାହିତ କରିବ ।
ସେ ଆହୁରି କହିଥିଲେ ଯେ ଭାରତ କେବଳ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ନୁହେଁ, ଏହା ମଧ୍ୟ ଗଣତନ୍ତ୍ରର ଜନନୀ । ଭାରତରେ ବୈଶ୍ୱିକ ଗଣତନ୍ତ୍ରର ଢାଞ୍ଚ ପ୍ରଥମେ ପଡିଥିଲା । ଭାରତରେ ପ୍ରଚଳିତ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ; ଏହା ଏକ ସଂସ୍କୃତି, ଏକ ବିଚାର ଓ ଗୋଟିଏ ପରମ୍ପରା । ବେଦରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ପ୍ରାଚୀନ ପରମ୍ପରାରେ ଗଣତାନ୍ତ୍ରିକ ଉପାୟରେ ଏକାଠି ହେବା ସଂଘ, ସମବାୟ ଓ କମିଟି ଗଠନ କରିବାର ବ୍ୟବସ୍ଥା ପ୍ରଚଳିତ ଥିଲା । ସେହିଭଳି ମହାଭାରତରୁ ସେ ଗଣରାଜ୍ୟ ବା ରିପବ୍ଲିକର ଉଦାହରଣ ଦେଇ ବୈଶାଳୀ ଗଣରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନୀତିର ପ୍ରବର୍ତ୍ତନ କଥା କହିଥିଲେ ।
ସେ ଆହୁରି କହିଥିଲେ ଯେ ପ୍ରଭୁ ବାସବେଶ୍ୱରଙ୍କ ‘ଅନୁଭବ ମଣ୍ଟପ୍ପ’ (ମଣ୍ଡପ) ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ତାମିଲନାଡୁରୁ ଉଦ୍ଧାର ହୋଇଥିବା ୯୦୦ ଶତାବ୍ଦୀର ଏକ ଶିଳାଲେଖରୁ ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ସେତେବେଳେ ମଧ୍ୟ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଭାବନା ଥିଲା। ଭାରତରେ ଗଣତନ୍ତ୍ରର ଏହି ପ୍ରାଚୀନତା କଥା ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ତେଣୁ “ଆମ ଗଣତନ୍ତ୍ର ଆମର ପ୍ରେରଣା ଓ ଆମ ସମ୍ବିଧାନ ଆମ ସଂକଳ୍ପ” ବୋଲି ସେ କହିଥିଲେ । ପାର୍ଲାମେଣ୍ଟ ଜନତାଙ୍କ ପ୍ରତିନିଧିତ୍ୱ କରେ ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ଶ୍ଲୋକ ମାଧ୍ୟମରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ସେମାନଙ୍କୁ ଭାଗ୍ୟ ସହାୟତା ଦିଏ ନାହିଁ । ଯେଉଁମାନେ ଆଗକୁ ବଢିବାକୁ ଉଦ୍ୟମ କରନ୍ତି ସେମାନଙ୍କୁ ଭାଗ୍ୟ ସାହାଯ୍ୟ କରିଥାଏ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ କାଳର ଦାସତ୍ୱ ଯୋଗୁଁ ଭାରତ ଅନେକ କିଛି ହରାଇଥିଲା । ସ୍ୱାଧୀନତା ପରେ ଆମେ ଆମର ନୂଆ ଯାତ୍ରା ଆରମ୍ଭ କରି ଏବେ ଅମୃତକାଳରେ ପହଞ୍ଚିଛୁ । ଅମୃତକାଳ ଏକ ସମୟ ଖଣ୍ଡ ଯାହା ବିକାଶକୁ ନୂଆ ଗତି ଓ ଦିଗ ଦେବା ସହିତ ଆମ ଐତିହ୍ୟକୁ ସୁରକ୍ଷିତ ରଖିବ । ଏହି ଅମୃତ କାଳ ଅନେକ ଆଶା ଆକାଂକ୍ଷା ପୂରଣ କରିବାର ସମୟ । ତଦନୁସାରେ ଗଣତନ୍ତ୍ରର ପ୍ରମୁଖ କାର୍ଯ୍ୟସ୍ଥଳ ପାର୍ଲାମେଣ୍ଟ ମଧ୍ୟ ଏହି ସମୟରେ ନୂଆ ଆଧୁନିକ ହେବା ଆବଶ୍ୟକ । ତାହାହିଁ ହୋଇଛି ଏବଂ ଏଥିରେ ଆଧୁନିକତାର ସ୍ପର୍ଶ ଦିଆଯାଇଛି ।
ଦାସତ୍ୱ ଭାରତର ଗୌରବକୁ ଅପରହଣ କରି ନେଇଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥି ସହିତ ଆମ ଦେଶର ସମୃଦ୍ଧି ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗର ମଧ୍ୟ ଅବସାନ ଘଟିଥିଲା । ତେବେ ଆଜିର ଭାରତ ଭିନ୍ନ । ଏକ ବିଂଶ ଶତାବ୍ଦୀର ଭାରତ ଆତ୍ମବିଶ୍ୱାସରେ ଭରପୂର । ଆଜିର ଭାରତ ଦାସତ୍ୱର ମନୋଭାବ ପରିହାର କରି ଆମର ପ୍ରାଚୀନ ସମୃଦ୍ଧ କଳା ଓ ସ୍ଥାପତ୍ୟର ଗୌରବକୁ ଆଲିଙ୍ଗନ କରୁଛି । ଏହି ନୂଆ ସଂସଦ ଭବନ ସେହି ପ୍ରୟାସର ଏକ ଜୀବନ୍ତ ଉଦାହରଣ । ଏହି ଭବନର ଐତିହ୍ୟ ସହିତ ବାସ୍ତୁ, କଳା, କୌଶଳ, ସଂସ୍କୃତି ଓ ସମ୍ବିଧାନର ଉଦ୍ଧୃତିମାନ ଅଛି । ଲୋକସଭାର ଆଭ୍ୟନ୍ତରୀଣ ଭାଗ ଜାତୀୟ ପକ୍ଷୀ ମୟୂର ଆକାରରେ ହୋଇଥିବାବେଳେ ରାଜ୍ୟସଭା ଜାତୀୟ ଫୁଲ ପଦ୍ମ ଆକାରରେ ତିଆରି ହୋଇଛି । ପାର୍ଲାମେଣ୍ଟ ପରିସରରେ ଏକ ଜାତୀୟ ବୃକ୍ଷ ବରଗଛ ରହିଛି । ନୂଆ ସଂସଦ ଭବନରେ ଦେଶର ବିଭିନ୍ନ ଭାଗର ବିଶେଷତ୍ୱର ଛାପ ଦିଆଯାଇଛି । ଏଥିରେ ରାଜସ୍ଥାନର ଗ୍ରାନାଇଟ୍, ମହାରାଷ୍ଟ୍ରର କାଠ, ଭାଧୋଇ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଗାଲିଚା ଲାଗିଛି । ଭବନର ପ୍ରତ୍ୟେକ ରେଣୁରେ ଏକ ଭାରତ ଶ୍ରେଷ୍ଠ ଭାରତର ଚେତନା ଆମେ ଦେଖୁବାକୁ ପାଉ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂଆ ସଂସଦ ଭବନ ନିର୍ମାଣ ପାଇଁ ୬୦ହଜାର ଶ୍ରମିକ ନିୟୋଜିତ ହୋଇଥିଲେ । ସେମାନଙ୍କ ଅବଦାନକୁ ମନେ ରଖିବାକୁ ସଂସଦ ଭବନରେ ଶ୍ରମିକଙ୍କ ନାମରେ ଏକ ଗ୍ୟାଲେରୀ ମଧ୍ୟ ନିର୍ମାଣ କରାଯାଇଛି । ଏହି ଶ୍ରମିକମାନଙ୍କ ମଧ୍ୟରୁ କେତେକଙ୍କ ସହିତ ସେ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ନୂଆ ପାର୍ଲାମେଣ୍ଟରେ ପ୍ରଥମ ଥର ପାଇଁ ଶ୍ରମିକମାନଙ୍କ ଅବଦାନକୁ ଅମରତ୍ୱ ପ୍ରଦାନ କରାଯାଇଛି । ନୂଆ ସଂସଦ ଭବନ ନିର୍ମାଣ ଫଳରେ ପୁରୁଣା ସଂସଦ ଭବନରେ ସ୍ଥାନାଭାବ ଜନିତ ଯେଉଁ ଅସୁବିଧା ହେଉଥିଲା ତାହା ଅବସାନ ଘଟିଛି । ଏବେ ଲୋକପ୍ରତିନିଧି ଓ ଅଧିକାରୀମାନେ ନୂଆ ସଂସଦ ଭବନର ସୁଦୀର୍ଘ ଓ ଆଧୁନିକ ପରିସରରେ ସହଜରେ କାମ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଭାଷଣ ପ୍ରସଙ୍ଗରେ ତାଙ୍କର ନ’ବର୍ଷର ଶାସନ କାଳର ଉପଲବ୍ଧ ଏବଂ ଭାରତର ବିକାଶ ଯାତ୍ରାର ବିବରଣୀ ଉପସ୍ଥାପନ କରିଥିଲେ । ତାଙ୍କ ସରକାର ଲୋକ କଲ୍ୟାଣ ଏବଂ ନବ ଭାରତ ନିର୍ମାଣ କାର୍ଯ୍ୟ ଅଙ୍ଗୀକୃତ ଭାବେ କରୁଛି ବୋଲି କହି ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଉ ୨୫ବର୍ଷ ପରେ ଆମେ ସ୍ୱାଧୀନତାର ୧୦୦ବର୍ଷ ପାଳନ କରିବା । ସେହି ୨୫ବର୍ଷ ପାଇଁ ଅମୃତକାଳର ଯାତ୍ରା ଆରମ୍ଭ ହୋଇଛି ଯାହା ଭାରତ ନିର୍ମାଣ ପାଇଁ ଅଭିପ୍ରେତ । ଭାରତୀୟମାନଙ୍କର ବିଶ୍ୱାସ କେବଳ ତାଙ୍କ ଦେଶ ଭିତରେ ସୀମିତ ନୁହେଁ । ଇତିହାସର ଏହାର ସାକ୍ଷୀ । ଭାରତ ନିଜେ ସୁଦୃଢ ଓ ବିକଶିତ ହୋଇ ଅନେକ ରାଷ୍ଟ୍ରଙ୍କୁ ଉନ୍ନତ କରିବାକୁ ବଦ୍ଧ ପରିକର । ତଥାପି ଆମେ “ରାଷ୍ଟ୍ର ପ୍ରଥମ” ନୀତିରେ କାମ କରି ଆଗେଇ ଚାଲିଛୁ । ବିକଶିତ ଭାରତ ଆମର ପ୍ରଥମ ଲକ୍ଷ୍ୟ । ଆମ ଲକ୍ଷ୍ୟରେ ପହଞ୍ଚିବାକୁ ଆମକୁ ଉପଯୁକ୍ତ ରାସ୍ତାରେ ସଂଯମର ସହିତ ଚାଲିବାକୁ ପଡିବ । ସେ ଆହୁରି କହିଥିଲେ ଯେ ନୂଆ ପାର୍ଲାମେଣ୍ଟ ଭବନ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରକୁ ନୂଆ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିବ । ଆମ ଶ୍ରମଜୀବୀମାନେ ନୂଆ ସଂସଦ ଭବନକୁ ଅତି ସୁନ୍ଦର କରି ଗଢି ତୋଳଛନ୍ତି । ଏବେ ପାର୍ଲାମେଣ୍ଟର ଦାୟିତ୍ୱ ହେଲା ଶ୍ରମିକଙ୍କ ଏହି ଅବଦାନକୁ ଦେବତ୍ୱର ସ୍ପର୍ଶ ଦେବା । ଆମର ଲୋକ ପ୍ରତିନିଧିମାନେ ଉତ୍ସର୍ଗୀକୃତ କାମ କରିବେ ବୋଲି ଆଶା ଓ ବିଶ୍ୱାସ । ନୂଆ ସଂସଦ ଭବନର ପ୍ରତ୍ୟେକଟି ଇଟା, ପ୍ରତିଟି କାନ୍ଥ, ପ୍ରତ୍ୟେକ ରେଣୁ ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହେବ । ଏହି ନୂଆ ସଂସଦ ଭବନ ସ୍ୱାଧୀନତାର ୧୦୦ତମ ବର୍ଷ ଓ ବିକଶିତ ଭାରତ ଦେଖିବ । ଏହା ୧୪୦କୋଟି ଭାରତୀୟଙ୍କ ସଂକଳ୍ପ ଯାହା ନୂଆ ପାର୍ଲାମେଣ୍ଟ ଭବନକୁ ଅଭିଷିକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭାର ଉପବାଚସ୍ପତି ଶ୍ରୀ ହରିବଂଶ ନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।