ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ: ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ

ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍‌’ ଉନ୍ମୋଚନ କରିଛନ୍ତି।

ବୈଦିକ ମ‌ନ୍ତ୍ରୋଚାରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନା କରି ତାମିଲ୍‌ନାଡୁରୁ ଆସିଥିବା ଅଧୀନମ୍‌ମାନଙ୍କ ଶୁଭାଶୀର୍ବାଦ ଗ୍ରହଣ କରିଥିଲେ।

ନୂଆ ସଂସଦ ଭବନ ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ ଓ ବିକାଶରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସମ୍ମାନିତ କରିଥିଲେ।