ଫାଇନାଲରେ ଗୁଜରାଟ ସହ ଚେନ୍ନାଇର ଲଢ଼େଇ

ଅହମଦାବାଦ: ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଲା ଗୁଜରାଟ ଟାଇଟନ୍ସ । ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ଆଗରେ ହାର ମାନିଲା ମୁମ୍ବାଇ  । ମୁମ୍ବାଇକୁ ଦ୍ୱିତୀୟ କ୍ୱାଲିଫାୟରରେ ୬୨ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଆସନ୍ତାକାଲି ଫାଇନାଲରେ ଗୁଜରାଟ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବ ଲଢ଼େଇ ହେବ ।

ଶୁଭମନ ଗିଲଙ୍କ ଧୁଆଁଧାର ଶତକ ଫଳରେ ମୁମ୍ବାଇ ସାମ୍ନାରେ ୨୩୪ ରନର ଟାର୍ଗେଟ ଦେଇଥିଲା ଗୁଜରାଟ । ତେବେ ୨୩୪ ରନର ଟାର୍ଗେଟକୁ ପଡ଼ିଆକୁ ଓହ୍ଲାଇଥିଲା ମୁମ୍ବାଇ । ଆରମ୍ଭରୁ ଓ୍ୱିକେଟ ପଡ଼ିଥିଲେ ମଧ୍ୟ ସୂର୍ଯ୍ୟ କୁମାର ଯାଦବ ଓ କେମରନ ଗ୍ରୀନଙ୍କ ପାର୍ଟନରସିପ୍ ମୁମ୍ବାଇକୁ ବିଜୟର ଏକ ଆଶା ଦେଇଥିଲେ । କିନ୍ତୁ ମୁମ୍ବାଇର ଏହି ଆଶାକୁ ଧୂଳିଶାତ୍ କରିଥିଲେ ମୋହିତ ଶର୍ମା ।  ମୁମ୍ବାଇ ୧୮.୨ ଓଭରରେ ମାତ୍ର ୧୭୧ ରନ କରି ଆଲଆଉଟ ହୋଇଥିଲା ।