ଆଜି ନୀତି ଆୟୋଗ ବୈଠକରେ ଓଡ଼ିଶା ମାଗିବ ସ୍ବତନ୍ତ୍ର ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ଓଡ଼ିଶା ପକ୍ଷରୁ ରାଜ୍ୟ ପାଇଁ ଅଧିକ ଅର୍ଥ ଦାବି କରାଯିବ ।  ଦିଲ୍ଲୀରେ ହକ୍ ମାଗିବ ଓଡ଼ିଶା । ନୀତି ଆୟୋଗ ବୈଠକରେ ଦାବି ଦୋହରାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସ୍ବତନ୍ତ୍ର ଆର୍ଥିକ ସହାୟତା ପାଇଁ ରାଜ୍ୟ ପକ୍ଷରୁ ଅନେକ ସମୟରେ ଦାବି କରାଯାଉଛି , ତେବେ ଆଜି ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ କଣ ଦାବି ରଖୁଛନ୍ତି ତାହା ଉପରେ ନଜର ରହିବ। ଓଡ଼ିଶାର ଟେଲିକମ, ବ୍ୟାଙ୍କିଙ୍ଗ ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ବିଶେଷ ଦୃଷ୍ଟି ଦେଉନାହିଁ କେନ୍ଦ୍ର । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି  । ବତ୍ୟା, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି  ।