ମୁହାଁମୁହିଁ ହେବେ ଗୁଜରାଟ ଓ ମୁମ୍ବାଇ
ଅହମଦାବାଦ: ଦ୍ବିତୀୟ ଦଳ ଭାବେ କିଏ ଯିବ ଫାଇନାଲ । ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ମ୍ୟାଚରେ ବିଜୟଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବେ ଦୁଇ ଦଳ । ଏହି ହାଇଭୋଲଟେଜ୍ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ରୋହିତ, ଇଶାନ, ଗ୍ରୀନ, ଡେଭିଡ, ସୂର୍ଯ୍ୟକୁମାର ମୁମ୍ବାଇ ପାଇଁ ଫୁଲ ଫର୍ମରେ ରହିଛନ୍ତି । ଶୁଭମନ ଗିଲ ଓ ବିଜୟ ଶଙ୍କର ପ୍ରଦର୍ଶନ ଗୁଜରାଟର ବ୍ୟାଟିଂ ଲାଇନ ଅଫକୁ ସୁଦୃଢ଼ କରିଛି ।
An energetic Captain @hardikpandya7 leads the huddle talk for @gujarat_titans ahead of the BIG game 🙌🙌#TATAIPL | #Qualifier2 | #GTvMI pic.twitter.com/1L6TOVgvKz
— IndianPremierLeague (@IPL) May 26, 2023
ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ । ସେହିପରି ମହମ୍ମଦ ସାମି, ମୋହିତ ଶର୍ମା ଓ ରସିଦ ଖାନଙ୍କ ବୋଲିଂ ଉପରେ ମଧ୍ୟ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ନିର୍ଭର କରିବ । ହେଲେ ପୂର୍ବରୁ ଗୁଜରାଟ ଓ ମୁମ୍ବାଇ ମଧ୍ୟରେ ହୋଇଥିବା ତିନିଟି ମ୍ୟାଚରେ ରୋହିତଙ୍କ ଟିମର ପ୍ରଦର୍ଶନ ବେଶ ଭଲ ରହିଛି । ଦୁଇଟି ମ୍ୟାଚରେ ମୁମ୍ବାଇ ବାଜିମାତ କରିଥିବା ବେଳେ ଗୋଟିଏରେ ଗୁଜରାଟ ବିଜୟୀ ହୋଇଥିଲା ।
Hello from the Narendra Modi Stadium, Ahmedabad 🏟️👋
It is Qualifier 2 Time! ⏰
Who are you backing tonight – Gujarat Titans or Mumbai Indians 🤔#TATAIPL | #Qualifier2 | #GTvMI pic.twitter.com/CuiWKNWVDX
— IndianPremierLeague (@IPL) May 26, 2023