ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକୁ ନେଇ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ପରେ ରାଜନୈତିକ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡାର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି। ପ୍ରିଲିମନାରି ଚାର୍ଜସିଟ ୫୪୩ ପୃଷ୍ଠା ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ ପୂର୍ବର ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ ହତ୍ୟା କରିଥିବା ଦର୍ଶାଯାଇଛି ତଦନ୍ତକାରୀ ଏଜେନ୍ସି । ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୁଦ୍ଧରେ ୩୦୭/୩୦୨/ଆର୍ମ୍ସ ଆକ୍ଟ ୨୭(ଏ) ଅନୁଯାୟୀ ଚାର୍ଜ ଫ୍ରମ୍ କରାଯାଇଛି। ଗୋପାଳ ଜାଣତ ଅବସ୍ଥାରେ ହତ୍ୟା କରିଛି ଓ ଏହା ଏକ ପ୍ରି ପ୍ଲାନ ମର୍ଡର ହତ୍ୟାକାଣ୍ଡ ବୋଲି ଦର୍ଶାଯାଇଛି । ବ୍ୟକ୍ତିଗତ  ରାଗ ରଖି ଗୋପାଳ ନବ ଦାସଙ୍କୁ  ହତ୍ୟା କରିଛି। ବିଜେପି କହିଛି ଏତେବଡ଼ ଘଟଣାକୁ ଚାପିବା ପାଇଁ ଚାର୍ଜସିଟରେ ମିଛ କଥା ଲେଖାଯାଇଛି । ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଚାର୍ଜସିଟରେ ହତ୍ୟାର କାରଣ ସ୍ପଷ୍ଟ କରାଯାଇ ନାହିଁ । ନବ ଦାସ ଏବଂ ତାଙ୍କ ଲୋକମାନଙ୍କ ପାଖରୁ ଗୋପାଳ ଦାସକୁ ଯଦି ଭୟ ଥିଲା, ତାହେଲେ କଣ ପାଇଁ ଭୟ ଥିଲା ଚାର୍ଜସିଟରେ ଏନେଇ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିନାହିଁ। ଚାର୍ଜସିଟରେ ମିଛ କଥା ସବୁ ଲେଖିଛି। କଣ ଓ କାହିଁକି ଭୟ ଥିଲା ତାହାର ଉତ୍ତର ନାହିଁ।   ସେହିପରି କଂଗ୍ରେସ ଏହାକୁ ପ୍ରହସନ‌ ବୋଲି କହିଛି। ତେବେ ଶାସକ ଦଳର ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଭଲ ଅଛି।  ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ମିଳିବ।