୬୦ ବର୍ଷ ବୟସରେ ରୂପାଲିଙ୍କ ହାତ ଧରିଲେ ଆଶିଷ

ମୁମ୍ବାଇ:  ବଲିଉଡର ଜଣାଶୁଣା ଖଳନାୟକ ଆଶିଷ ବିଦ୍ୟାର୍ଥୀ  ୬୦ ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି  । ଆସାମ ଗୌହାଟୀର ରୁପାଲୀ ବୋରାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି ଆଶିଷ  । କୋଲକାତାରେ ରୂପାଲୀଙ୍କର ଏକ ଫ୍ୟାଶନ ଷ୍ଟୋର ରହିଛି  । ପୂର୍ବରୁ ଆଶିଷ ଅଭିନେତ୍ରୀ ଶକୁନ୍ତଳା ବୋରାଙ୍କ ଝିଅ ରାଜଶୀଙ୍କୁ ବିବାହ କରିଥିଲେ  । ରୂପାଲି ଆସାମର ପାରମ୍ପାରିକ ବେଶଭୂଷା ମେଖଲା ଚାଦର ଶାଢୀରେ ନଜର ଆସିଥିବା ବେଳେ ଆଶିଷ କେରଳର ଧଳା ଓ ସୁନେଲି ରଙ୍ଗର ମୁଣ୍ଡୁ ପିନ୍ଧିଥିଲେ  । ସେହିପରି ରୂପାଲି ଦକ୍ଷିଣ ଭାରତୀୟ ଷ୍ଟାଇଲରେ ଟେମ୍ପୁଲ ଜୁଏଲରୀରେ ନଜର ଆସିଥିଲେ  ।