ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି  । କଳାହାଣ୍ଡି ଏଡିଏମ ହେଲେ ତନ୍ମୟ କୁମାର ଦରଓ୍ୱାନ । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଆରତି ସାହୁଙ୍କ ବଦଳି କରାଯାଇଛି ।  ଦୀନକୃଷ୍ଣ କରଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଜ୍ୟୋତିଶଙ୍କର ସାହୁଙ୍କ ବଦଳି କରାଯାଇଛି । ଢେଙ୍କାନାଳ କାମାକ୍ଷାନଗର ଉପଜିଲ୍ଲାପାଳ ହୋଇଛନ୍ତି ନାରାୟଣ ଚନ୍ଦ୍ର ନାୟକ । ଶକ୍ତି ବିଭାଗର ଅତିରିକ୍ତ ସଚିବ ହେଲେ ମନସ୍ବିନୀ ସାହୁ । ପାରାଦୀପ ଏଡିଏମ ହେଲେ ଦିଗନ୍ତ ରାଉତରାୟ । ସେହିପରି ରାଜ୍ୟ ବିହନ ନିଗମର ଏମଡି ଭବେଶ ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ଭବେଶ ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।