Odisha ପୁରୁଣା ମାଟ୍ରିକ ପରୀକ୍ଷା ପଦ୍ଧତିରେ ପିଲା ଦେବେ ପରୀକ୍ଷା On May 25, 2023 କଟକ: ଚଳିତବର୍ଷଠୁ ବର୍ଷ ଶେଷରେ ହେବ ଦଶମ ବୋର୍ଡ ପରୀକ୍ଷା । ପୁରୁଣା ମାଟ୍ରିକ ପରୀକ୍ଷା ପଦ୍ଧତିରେ ପିଲା ଦେବେ ପରୀକ୍ଷା । ଆଉ ସମ୍ମେଟିଭ ୱାନ କି ସମ୍ମେଟିଭ ଟୁ ପରୀକ୍ଷା ହେବନି । କୋଭିଡ୍ ସମୟରେ ଗୋଟିଏ ବର୍ଷ ୧୦ମ ଶ୍ରେଣୀ ଆନୁଆଲ୍ ପରୀକ୍ଷା ହୋଇ ପାରିନଥିଲା । ତେଣୁ ବୋର୍ଡ ପକ୍ଷରୁ ନବମ ଓ ଦଶମ ଶ୍ରେଣୀରେ ୨ଟି ସମେଟିଭ୍ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଥିଲା । ଯାହାକି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥିଲା । ତେବେ କୋଭିଡ୍ କହର କମିବା ପରେ ପୁଣି ଥରେ କେବଳ ଦଶମ ଶ୍ରେଣୀରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି । Share