ବ୍ୟାନ ହୋଇପାରେ ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ

Pakistan's former prime minister Imran Khan (C) arrives to join an anti-government march towards capital Islamabad, demanding early elections, in Gujranwala on November 1, 2022. (Photo by Arif ALI / AFP)

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ହିଂସାପାଇଁ ବ୍ୟାନ ହୋଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ବା ପାକିସ୍ତାନ ତେହେରିକ ଏ ଇନସାଫ । ଇମ୍ରାନଙ୍କ ଦଳ ରାସ୍ତାରେ ହିଂସା ସୃଷ୍ଟି କରୁଥିବାରୁ ଏନେଇ ପାକିସ୍ତାନ ସରକାର ବିଚାର କରୁଛନ୍ତି । ମେ ୯ରେ ଇମ୍ରାନ ଖାନଙ୍କ ସମର୍ଥକ ଘଟାଇଥିବା ହିଂସା କାଣ୍ଡ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଏପରି କରିବାକୁ ବିଚାର ବିମର୍ଷ କରାଯାଉଛି । ସେପଟେ ରାଜନୈତିକ ଦଳକୁ ବ୍ୟାନ କରିବା ନେଇ କୌଣସି ନିୟମ ପାକିସ୍ତାନରେ ନାହିଁ ।