World ମୋଦୀ ହେଉଛନ୍ତି ବସ୍: On May 24, 2023 ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବଙ୍କ ଦ୍ବାରା ପରିଚାଳନା କରାଯାଇଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଢ଼େର ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ମୋଦୀଙ୍କ ଭଳି ଭବ୍ୟ ସ୍ବାଗତ ଦେଖି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବସ୍ । ଏହାପରେ ମୋଦି କହିଥିଲେ ବ୍ରିସବେନ୍ରେ ଖୁବ୍ ଶୀଘ୍ର ଭାରତର ବାଣିଜ୍ୟିକ ଦୂତାବାସ ଖୋଲିବ। ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ଆହୁରି ଦୃଢ଼ ହେବ । ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ପୂର୍ବରୁ – ‘କମନୱେଲ୍ଥ , କ୍ରିକେଟ ଏବଂ କରି’ ବୋଲି କୁହାଯାଉଥିଲା। ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ଏବେ 3 ଡି ସହ ତୁଳନା କରି ମୋଦି କହିଛନ୍ତି ଏହା ହେଉଛି – ‘ଡିମୋକ୍ରାସି, ଡାଏସପୋରା ଏବଂ ଦୋସ୍ତି’ । କାର୍ଯ୍ୟକ୍ରମରେ ୨୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ‘ମୋଦୀ , ମୋଦୀ’ ସ୍ଲୋଗାନରେ ସମଗ୍ର ଷ୍ଟାଡିୟମ ପ୍ରକମ୍ପିତ ହୋଇଥିଲା। Share