Odisha ନନ୍ଦନକାନନ ହେବ ବିଶ୍ବସ୍ତରୀୟ ଚିଡ଼ିଆଖାନା : ପ୍ରଦୀପ ଅମାତ Last updated May 24, 2023 ଭୁବନେଶ୍ବର: ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ ଓଡ଼ିଶା କେନ୍ଦ୍ରୀୟ ଭାରତ ଲ୍ୟାଣ୍ଡସ୍କେପ୍ରେ ଆସିୁଛି; ଏଠାରେ ୨୦୧୮ରେ ୧୦୩୩ଟି ବାଘ ଥିଲେ। ଏବେ ୧୧୬୧କୁ ବୃଦ୍ଧି ପାଇଛି। ଏଣୁ ଓଡ଼ିଶାରେ ବି ବାଘ ସଂଖ୍ୟା ବଢ଼ିଥିବା ଜଣାପଡ଼ୁଛି। ହେଲେ ଆମେ ଏହାର ଗଣନା କରିବୁ ଓ ହାତୀ ଗଣନା ବି ହେବ। କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁଯାୟୀ ଏହି ଗଣନା କରାଯିବ। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ନନ୍ଦନକାନନ ଚିଡ଼ିଆଖାନାକୁ ବିଶ୍ବସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ। ଏଥିପାଇଁ ବି ମାସକ ଭିତରେ ଆକ୍ସନପ୍ଲାନ୍ ପ୍ରସ୍ତୁତ କରାଯିବ। Share