ପ୍ରଥମ କ୍ୱାଲିଫାୟର : ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜରାଟ ଟାଇଟନ୍ସ

ଚେନ୍ନାଇ:  ଆଜି ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ଟକ୍କର ଚାଲିଛି ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ । ପ୍ରଥମେ ବ୍ୟାଟିଂ କରୁଛି ଚେନ୍ନାଇ । ଏହି ମ୍ୟାଚରେ ବିଜୟ ଲାଭ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ଦୁଇ ଦଳ । 4 ଓଭରରେ କୈାଣସି ଉଇକେଟ ନହରାଇ 31 ରନ୍ କରିଛି ଚେନ୍ନାଇ । ଆଜିର ମ୍ୟାଚ୍ ଧୋନୀଙ୍କ ପାଇଁ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଶେଷ ମ୍ୟାଚ୍ ହୋଇପାରେ । ତେଣୁ ଘରୋଇ ମାଟିରେ ଆଜି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବ ଧୋନୀବାହିନୀ । କିନ୍ତୁ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିବା ଚେନ୍ନାଇ ପାଇଁ ସହଜ ହେବନି । ଚେନ୍ନାଇକୁ ଆଜିର ମ୍ୟାଚରେ ଜିତିବାକୁ ହେଲେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଗୁଜରାଟର ବ୍ୟାଟିଂ ଓ ବୋଲିଂ ବେଶ୍ ସୁଦୃଢ଼ ରହିଛି । ଓପନର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଚେନ୍ନାଇକୁ ପରାସ୍ତ କରି ଲଗାତର ଦ୍ୱିତୀୟ ବର୍ଷ ଫାଇନାଲକୁ ଯିବାକୁ ଚେଷ୍ଟା କରିବ ଗୁଜରାଟ ।