ଭୁବନେଶ୍ବରରେ ୪୨ ଡିଗ୍ରୀ ରେକର୍ଡ ତାପମାତ୍ରା

ଭୁବନେଶ୍ବର:  ପ୍ରବଳ ଖରା ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ୫ଟି ସହରରେ ପାରା ୪୦ ଡିଗ୍ରି ଅତିକ୍ରମ କରିଛି। ଏଥିରେ ୪୨.୨ ସହିତ ଝାରସୁଗୁଡ଼ା ଶୀର୍ଷରେ ରହିଛି। ଝାରସୁଗୁଡ଼ା ପରେ ଭୁବନେଶ୍ବରରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୪୨.୨ ଡ଼ିଗ୍ରୀ, ଭୁବନେଶ୍ୱର: ୪୨ ଡ଼ିଗ୍ରୀ, ସମ୍ବଲପୁର: ୪୧.୪ ଡ଼ିଗ୍ରୀ, ହୀରାକୁଦ: ୪୦.୬ ଡ଼ିଗ୍ରୀ, ଚାନ୍ଦବାଲି: ୪୦ ଡ଼ିଗ୍ରୀ, ବାଲେଶ୍ୱର: ୩୮.୪ ଡ଼ିଗ୍ରୀ, କେନ୍ଦୁଝର: ୩୭.୪ ଡ଼ିଗ୍ରୀ, ପୁରୀ: ୩୫.୨ ଡ଼ିଗ୍ରୀ, ଗୋପାଳପୁର: ୩୪.୮ ଡ଼ିଗ୍ରୀ, ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ