କାଶ୍ମୀରରେ G-20 ଦେଶର ପ୍ରତିନିଧି

କାଶ୍ମୀର:  ଜି-୨୦ ଶିଖର ସମ୍ମିଳନୀ  ଭାରତ ଟୁରିଜିମ ୱାର୍କିଂ ଗ୍ରୁପର ତୃତୀୟ ବୈଠକର ଆୟୋଜନ ଜମ୍ମୁ କାଶ୍ମୀରର ଶ୍ରୀନଗରରେ କରିଛି । ୧୭ ଦେଶରୁ ୬୦ରୁ ଅଧିକ ପ୍ରତିନିଧି ଦଳ ଭାରତରେ ପହଞ୍ଚିଛନ୍ତି । ଶ୍ରୀନଗରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।  ଶ୍ରୀନଗରରେ ହେଉଥିବା ଜି-୨୦ର ଏହି ଏହି ବୈଠକକୁ ୱାର୍କିଂ ଗ୍ରୁପର ପ୍ରଥମ ଦୁଇଟି ବୈଠକ ମୁକାବିଲାରେ ସବୁଠୁ ଅଧିକ ଦେଶ ଆସୁଛନ୍ତି । ଏହି ବୈଠକକୁ ସାରା ବିଶ୍ୱରୁ ମିଳୁଥିବା ସମର୍ଥନ ଭାରତର ମଜବୁତ ସ୍ଥିତିକୁ ଦର୍ଶାଉଛି । କାଶ୍ମୀରରେ ହେଉଥିବା ଏହି ବୈଠକ କୂଟନୈତିକ ସ୍ତରରେ ଭାରତ ପାଇଁ ବଡ଼ ସଫଳତା ଅଟେ । ଏହାଦ୍ୱାରା କାଶ୍ମୀର ଉପରେ ପାକିସ୍ତାନର ପକ୍ଷ କମଜୋର ହେବ ଏବଂ କାଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ମାନ୍ୟତା ମିଳିବ ।ପାକିସ୍ତାନ ଏବଂ ଚୀନର ଜୋରଦାର ବିରୋଧ ସତ୍ତ୍ୱେ କାଶ୍ମୀରରେ ଜି୨୦ ବୈଠକ ସଫଳ ହେଉଥିବାର ଦେଖାଯାଇଛି ।