ଆଜିଠୁ ବଦଳାଇପାରିବେ ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଆଜିଠୁ ବଦଳାଇପାରିବେ ୨ ହଜାର ଟଙ୍କିଆ ନୋଟ । ନୋଟ ବଦଳାଇବା ପାଇଁ ୪ ମାସ ସମୟ ଅଛି ।  ୨ହଜାର ଟଙ୍କିଆ ନୋଟର ସର୍କୁଲେସନ ୫୦ପ୍ରତିଶତରୁ କମ୍ ହୋଇଯିବା ପରେ ଏହାର ପ୍ରିଣ୍ଟିଂରେ ରୋକ ଲଗାଇ ଦିଆଯାଇଥିଲା । ସେହିପରି ଏହି ଚାରିମାସ ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ୨ହଜାର ଟଙ୍କିଆ ନୋଟ ବନ୍ଦ କରାଯିବା କରେନ୍ସି ମ୍ୟାନେଜମେଣ୍ଟର ଏକ ପ୍ରକ୍ରିୟା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ଆଗକୁ ବ୍ୟାଙ୍କ ଗୁଡିକ ଆଉ ଦୁଇ ହଜାର ଟଙ୍କିଆ ନୋଟ ଇସ୍ୟୁ କରିବେ ନାହିଁ । ସେଥିପାଇଁ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି ।