Odisha ୧୦୦୦ ଟଙ୍କିଆ ଫେରିବାର କିଛି ଯୋଜନା ନାହିଁ : ଶକ୍ତିକାନ୍ତ ଦାଶ Last updated May 23, 2023 ନୂଆଦିଲ୍ଲୀ: ଆଗକୁ ଆଉ କିଛି ଦିନ ପରେ ଦୁଇହଜାର ଟଙ୍କିଆ ନୋଟ ବନ୍ଦ ହୋଇଯିବ । ତେବେ ପୁଣି ୧୦୦୦ ଟଙ୍କିଆ ନୋଟ ଫେରିବା ନେଇ ହେଉଥିବା ଚର୍ଚ୍ଚା ଉପରେ ଉତ୍ତର ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସେ କହିଛନ୍ତି ବଜାରରେ ଏବେ ୫୦୦ ଟଙ୍କିଆ ଓ ତା’ଠାରୁ କମ୍ ନୋଟ୍ରେ କାରବାର ଚାଲିଛି । ତେଣୁ ୧୦୦୦ ଟଙ୍କିଆର ସେମିତି କିଛି ଆବଶ୍ୟକତା ନାହିଁ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି କି, ଏବେ ସେମିତି କୌଣସି ପ୍ଲାନ ନାହିଁ । ଜନସାଧାରଣଙ୍କ ଚାହିଦା ଉପରେ ନିର୍ଭର କରେ । ଏଠାରେ ସୂଚନାଯୋଗ୍ୟ ମେ ୧୯ ତାରିଖରେ ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇଛି । ଟଙ୍କା ବଦଳାଇବାର ଶେଷ ତାରିଖ ରହିଛି ୩୦ ସେପ୍ଟେ ମ୍ବର ୨୦୨୩ । ଅନ୍ୟପଟେ ନଭେମ୍ବର ୮, ୨୦୧୬ ସଂନ୍ଧ୍ୟା ୮ଟାରେ ହଜାର ଟଙ୍କା ଚଳିବ ନାହିଁ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । Share