ହାଇଦ୍ରାବାଦକୁ ୮ ଓ୍ବିକେଟରେ ହରାଇଲା ମୁମ୍ବାଇ: ଗ୍ରୀନ ପ୍ଲେୟାର ଅଫ ଦି ମ୍ୟାଚ୍

ମୁମ୍ବାଇ:  ପ୍ଲେ ଅଫ୍ ରେସରେ ମୁମ୍ବାଇ । ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଆଗରେ ୨୦୧ରନର  ବିଜୟ ଲକ୍ଷ୍ୟ ଥିବାବେଳେ ମୁମ୍ବାଇ ଦୁଇ ଓ୍ବିକେଟ ହରାଇ ୧୮ ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ଦଳ ପକ୍ଷରୁ କାମେରୁନ ଗ୍ରୀନ ମାତ୍ର ୪୭ଟି ବଲରେ ବିସ୍ଫୋରକ ଶତକ ହାସଲ କରିଥିଲେ । ସେହିପରି ରୋହିତ ଶର୍ମା ୫୬ରନ କରିଥିଲେ ।  ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୦ ରନ କରିଥିଲା ।  ମୟଙ୍କ ୮୩ରନ କରିଥିବାବେଳେ ବିଭ୍ରାନ୍ତ ୬୯ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ମଧ୍ୟକ୍ରମ ନିରାଶ କରିଥିଲା । ଦଳ ଅଳ୍ପରନ ବ୍ୟବଧାନରେ ବେଶ କେତୋଟି ଓ୍ବିକେଟ ହରାଇବା ଯୋଗୁଁ ଏକ ବଡ଼ ସ୍କୋର ଆଡକୁ ଗତି କରୁଥିବା ହାଇଦ୍ରାବାଦର ରନଗତି ଟିକିଏ ଧୀମେଇ ଯାଇଥିଲା । ତେବେ ଅଧିନାୟକ ଆଇଡେନ ମାର୍କରାମ ଶେଷ ବଲରେ ଛକା ମାରିବାରୁ ଦଳୀୟ ସ୍କୋର ୨୦୦ ଛୁଇଁଥିଲା ।