ମହାନଦୀ ଟ୍ରିବ୍ୟୁନାଲ ଟିମର ଅନୁଧ୍ୟାନ

ସମ୍ବଲପୁର:   ଛତିଶଗଡ଼ ମହାନଦୀ ପାଣି ଅଟକାଇବା ଦ୍ୱାରା କ’ଣ ପ୍ରଭାବ ପଡ଼ିଛି, ସେସବୁର ଅନୁଧ୍ୟାନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍‌ ହୀରାକୁଦ ଡ୍ୟାମ୍ ସମେତ ଚିପଲିମା ପାୱାର ହାଉସ ଗସ୍ତ କରିବ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏ.ଏମ ଖାନ ଉଇଲକରଙ୍କ ନେତୃତ୍ୱରେ ୩ ଜଣ ବିଚାରପତିଙ୍କ ସହ ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀ ଟିମରେ ଅଛନ୍ତି । ଗତକାଲି ଏହି ଟିମ୍ ହୀରାକୁଦ ଡ୍ୟାମ୍, ବୁର୍ଲା ପାୱାର ହାଉସ, ବ୍ରାହ୍ମଣୀ ଓ ମହାନଦୀର ମିଳନ ସ୍ଥଳର ପ୍ଲାନ୍ ସହ କିଲାସମା ୱାଟର ପ୍ରୋଜେକ୍ଟକୁ ବୁଲି ଦେଖିଥିଲେ l ଆଜି ଚିପଲିମା ପାୱାର ହାଉସ୍, ହୀରାକୁଦ କମାଣ୍ଡ ଏରିଆ, ବରଗଡ଼ ଓ ଅତାବିରା କେନାଲ ବୁଲିବେ ଟିମ୍ । ଚିପିଲିମା ପାଓ୍ବାର ହାଉସକୁ ଆସି ଏଠାରେ ହେଉଥିବା ବିଦ୍ୟୁତ ଉତ୍ପାଦନକୁ ନିରୀକ୍ଷଣ କରିବେ ଟ୍ରିବ୍ୟୁନାଲ ଟିମ୍ ।