National ବୋରୱେଲରେ ଫସିଥିବା ବାଳକ ଉଦ୍ଧାର Last updated May 20, 2023 ଜୟପୁର: ୨୦୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡିଥିବା ୯ ବର୍ଷ ବୟସ୍କ ବାଳକକୁ ପ୍ରାୟ ୭ ଘଣ୍ଟା ପରେ ଉଦ୍ଧାର କରାଯାଇଛି । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଏକ ୨୦୦ ଫୁଟ ବୋରଓ୍ବେଲରେ ଖସିପଡିଥିଲା ୯ ବର୍ଷ ବୟସ୍କ ଲକି । ଏନଡିଆରଏଫ ଓ ଏସଡିଆରଏଫ ସହାୟତାରେ କରାଯାଇଛି ଉଦ୍ଧାର । ଖେଳୁଥିବାବେଳେ ଅସାବଧାନତା ଅବସ୍ଥାରେ ସେ ଖୋଲା ନଳକୂପରେ ଖସିପଡିଥିଲା । ଲକି ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ମାମୁ ଘରକୁ ବୁଲି ଆସିଥିବାବେଳେ ଲକି ବୋରଓ୍ବେଲରେ ଖସିପଡିଥିଲା । ପ୍ରାୟ ୭୦ ଫୁଟ ଗଭୀରରେ ସେ ଲାଖିଯାଇଥିଲା । ଲକିକୁ ଅମ୍ଳଜାନ ଓ ପାନୀୟ ଦିଆଯାଇଥିଲା । Share