Odisha ଆବଶ୍ୟକ ପଡ଼ିଲେ ବଢ଼ିପାରେ ଯୁକ୍ତ ଦୁଇ ସିଟ୍: ଗଣଶିକ୍ଷା ମନ୍ତ୍ରୀ Last updated May 20, 2023 ଭୁବନେଶ୍ବର: ଚଳିତ ବର୍ଷ ମୋଟ ଦଶମରେ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଚଳିତ ବର୍ଷ ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଚଳିତ ବର୍ଷ ପାସ ହାର ରହିଛି ୯୬.୪୦ ପ୍ରତିଶତ । ତେବେ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଚଳିତ ଶିକ୍ଷାବର୍ଷରେ ଆବଶ୍ୟକ ହେଲେ +୨ ସିଟ୍ ସଂଖ୍ୟା ବଢ଼ି ପାରେ ବୋଲି ସେ କହିଛନ୍ତି । କାରଣ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ଅଛି ୫ଲକ୍ଷ ୯ହଜାର। ତେଣୁ ବଳକା ପିଲାଙ୍କ ନାମ ଲେଖାରେ ଅସୁବିଧା ହେବ । ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ, ସେଠାରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ। ମାଟ୍ରିକ ପରୀକ୍ଷା ଉପରେ ଟିପ୍ପଣୀ ଦେଇ ମନ୍ତ୍ରୀ କହିଛନ୍ତି, ଏଣିକି ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ । କାରଣ ରାଜ୍ୟରେ ଏତେ ସଂଖ୍ୟକ ଯୁକ୍ତ ଦୁଇ ସିଟ୍ ନାହିଁ । ତେଣୁ ପିଲାଙ୍କ ନାମ ଲେଖାରେ ସମସ୍ୟା ହୋଇପାରେ ବୋଲି ଆଲୋଚନା ହେଉଥିଲା । Share