National କାଶ୍ମୀରରେ ‘ଜି୨୦’ ବୈଠକକୁ ଆସିବନି ଚୀନ୍! Last updated May 20, 2023 ଶ୍ରୀନଗର: କାଶ୍ମୀରରେ ଆଉ ଗୋଟିଏ ଦିନ ପରେ ‘ଜି୨୦’ ବୈଠକ ବସିବ । ‘ଜି୨୦ ଟୁରିଜିମ୍ ୱାର୍କିଙ୍ଗ୍ ଗ୍ରୁପ୍’ର ୩ୟ ବୈଠକ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତେବେ ଏହି ବୈଠକକୁ ଚୀନ୍ ତୀବ୍ର ବିରୋଧ କରିଛି । ଚୀନ ପ୍ରତିନିଧି ଆସିବେ କି ନାହିଁ ସନ୍ଦେହ ରହିଛି । ଏହା ସହ ଏଥିରେ ଯୋଗ ଦେବା ପାଇଁ ତୁର୍କୀ ଓ ସାଉଦି ଆରବ ଏପର୍ଯ୍ୟନ୍ତ ପଞ୍ଜିକରଣ କରାଇନାହାନ୍ତି । ଚୀନ ପକ୍ଷରୁ କୁହାଯାଇଛି ‘ବିବାଦୀୟ’ ଅଞ୍ଚଳରେ କୌଣସି ପ୍ରକାରର ‘ଜି୨୦’ ବୈଠକକୁ ଚୀନ ପୂର୍ବରୁ ବିରୋଧ କରୁଥିବାରୁ ଚୀନ୍ ଏହି ବୈଠକରେ ଯୋଗ ଦେବନାହିଁ। ଶ୍ରୀନଗରରେ ହେବାକୁ ଥିବା ‘ଜି୨୦’ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଏହା ହେଉଛି ଚୀନ୍ ଦେଇଥିବା ପ୍ରଥମ କଠୋର ମନ୍ତବ୍ୟ। ସୂଚନାଯୋଗ୍ୟ, ମେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ‘ଜି୨୦ ଟୁରିଜିମ୍ ୱାର୍କିଙ୍ଗ୍ ଗ୍ରୁପ୍’ର ୩ୟ ବୈଠକ ଆୟୋଜନ କରାଯାଇଛି। ‘ଜି୨୦’ ରାଷ୍ଟ୍ରମାନଙ୍କରୁ ପ୍ରାୟ ୬୦ଜଣ ପ୍ରତିନିଧି ଯୋଗ ଦେବେ ବୋଲି ଆଶା କରାଯାଉଛି। କିନ୍ତୁ, ଏଥିରେ ୧୦୦ଜଣ ପ୍ରତିନିଧି ଯୋଗ ଦେବେ ପୂର୍ବରୁ ପ୍ରତ୍ୟାଶା କରାଯାଉଥିଲା। ସୁରକ୍ଷା ବ୍ୟବସ୍ଥା ପାଇଁ ‘ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡସ୍’ମାନଙ୍କୁ ମଧ୍ୟ ମୁତୟନ କରାଯାଇଛି। Share