କଳାହାଣ୍ଡିର ବିକାଶ ପାଇଁ ସମୀକ୍ଷା ବୈଠକ ସହ ବିଭିନ୍ନ ଜନହିତକର କାର୍ଯ୍ୟ ବୁଲି ଦେଖୁଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ

କଳାହାଣ୍ଡି:  ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲାର ବିକାଶର ଅନୁଧ୍ୟାନ କରିଛନ୍ତି ।  ଅଧିକାରୀ ଏବଂ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରୁଛନ୍ତି । ଆଜି ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।ଏମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକାଶ ନେଇ ସମୀକ୍ଷା କରିଛନ୍ତି । ସାନ୍ଦୁଲ ଜଳସେଚନ ପ୍ରକଳ୍ପ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି ।  ନର୍ଲା ମିନି ଷ୍ଟାଡିୟମର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ମାଆ ଲଙ୍କେଶ୍ବରୀ ମନ୍ଦିର ଯାଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।  ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଓ ଟିଚିଂ ହସପିଟାଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।