ଆର୍‌ବିଆଇ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ଘୋଷଣା

ନୂଆଦିଲ୍ଲୀ: ଆର୍‌ବିଆଇ ପକ୍ଷରୁ ଆଜି ୨୦୦୦ ଟଙ୍କିଆ ନୋଟ୍‌ର ପ୍ରତ୍ୟାହାର ଘୋଷଣା କରାଯାଇଛି। ଲୋକମାନେ ଟ୍ରାଞ୍ଜାକସନ୍‌ ପାଇଁ ୨୦୦୦ ଟଙ୍କିଆ ନୋଟ୍‌ ବ୍ୟବହାର ଜାରି ରଖିପାରିବେ ଏବଂ ପେମେଣ୍ଟରେ ମଧ୍ୟ ପାଇପାରିବେ। ତେବେ ସେମାନଙ୍କୁ ସେପ୍ଟେମ୍ବର ୩୦, ୨୦୨୩ ସୁଦ୍ଧା ଏହି ନୋଟ୍‌ ସବୁକୁ ବ୍ୟାଙ୍କ୍‌ରେ ଜମା କରି  ବଦଳାଇବାକୁ ପଡ଼ିବ।

ଲୋକମାନେ ସେମାନଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍‌ ଜମା  ପାଇଁ ବ୍ୟାଙ୍କ ଶାଖାକୁ ଯାଇପାରିବେ। ସେପ୍ଟେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ରେ ମଧ୍ୟ ବିନିମୟ ସୁବିଧା ଉପଲବ୍ଧ ହେବ। ଗୋଟିଏ ସମୟରେ ୨୦ ହଜାର ଟଙ୍କାର ସୀମା ପର୍ଯ୍ୟନ୍ତ ଲୋକମାନେ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇ ପାରିବେ।