Sports ପ୍ଲେଅଫ୍ ଦୌଡ଼ରେ ଆର୍ସିବି Last updated May 19, 2023 ବିରାଟ କୋହଲିଙ୍କର ଶତକ ଓ ଫାଫ୍ ଡୁ ପ୍ଲେସିଙ୍କ ୭୧ ରନ୍ ବଳରେ ଗୁରୁବାର ସନ୍ରାଇଜର୍ସ ହାଇଦରାବାଦକୁ ୮ ୱିକେଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଛି। ୭ମ ବିଜୟ ପରେ ପ୍ଲେଅଫ୍ ଦୌଡ଼ରେ ରହିଛି ଆର୍ସିବି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ଏହାର ଦୁଇ ଅଭିଜ୍ଞ ତଥା ତାରକା ଓପ୍ନର ବିରାଟ କୋହଲି ଓ ଫାଫ୍ ଡୁ ପ୍ଲେସି ଚମତ୍କାର ବ୍ୟାଟିଂ କରିଥିଲେ। ଇନିଂସର ପ୍ରଥମ ୨ଟି ବଲ୍ରୁ ଚୌକାମାରି କୋହଲି ଇନିଂସ ଆରମ୍ଭ କରିଥିଲେ। ୬୩ ବଲ୍ରୁ ୪ଟି ଛକା ଓ ୧୨ଟି ଚୌକା ସହ ୧୦୦ ରନ୍ କରିଥିଲେ। ଡୁ ପ୍ଲେସି ୪୭ ବଲ୍ରୁ ୨ଟି ଛକା ଓ ୭ଟି ଚୌକା ସହ ୭୧ ରନ୍ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ୫ ଓ ମାଇକେଲ ବ୍ରେସ୍ୱେଲ ୪ ରନ୍କରି ଅପରାଜିତ ଥିଲେ। ସନ୍ରାଇଜର୍ସ ହାଇଦରାବାଦ ପକ୍ଷରୁ ହେନ୍ରିକ୍ କ୍ଲାସେନ୍ ମାତ୍ର ୫୧ ବଲ୍ରୁ ୬ଟି ଛକା ଓ ୮ଟି ଚୌକା ସହ ୧୦୪ ରନ୍କରି ଆଉଟ୍ ହୋଇଥିଲେ। ଇନିଂସର ଶେଷ ବଲ୍ରେ ଆଉଟ୍ ହୋଇଥିବା ଗ୍ଲେନ୍ ଫିଲିପ୍ସ ୫ ରନ୍ କରିଥିଲେ। Share