National ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବ ସଂସଦର ନୂଆ ବିଲ୍ଡିଂ On May 18, 2023 ଆସନ୍ତା ୨୮ ତାରିଖରେ ସଂସଦର ନୂଆ ବିଲ୍ଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ୪ ମହଲା ବିଶିଷ୍ଟ ନୂଆ ବିଲଡିଂ ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମଧ୍ୟରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଭାରତର ସଂସ୍କୃତି , ଐତିହ୍ୟ ଛାପ ଏହି ସଂସଦ ଭବନରେ ରହିଛି । ଏହା ମଧ୍ୟରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଦର୍ଶନ କରିବା ପାଇଁ ଗୋଟିଏ ବିରାଟ ସମ୍ବିଧାନ ହଲ ତିଆରି କରାଯାଇଛି। Share