୫ ଏସ୍‌ପିଙ୍କ ସମେତ ବଦଳି ହେଲେ ୧୮ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ । ସରକାର ୫ ଜଣ ଏସ୍‌ପିଙ୍କ ସମେତ ମୋଟ ୧୮ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି।ସମ୍ବଲପୁର  ଏସ୍‌ପି ବାତୁଲା ଗଙ୍ଗାଧରଙ୍କୁ  ମୟୂରଭଂଜରେ ଅବସ୍ଥାପିତ କରିବା ନେଇ ଆଦେଶନାମା ପ୍ରକାଶ ପାଇଛି । ସେହିପରି କେନ୍ଦୁଝରରୁ ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା, ରାଉରକେଲାରୁ ମୁକେଶ କୁମାର ଭାମୁଙ୍କୁ ସମ୍ବଲପୁର, ବଲାଙ୍ଗୀରରୁ ନୀତିନ କୁଶଲକରଙ୍କୁ କେନ୍ଦୁଝର ଓ ମୟୂରଭଂଜରୁ ଋଷିକେଶ ଖିଲାରୀଙ୍କୁ ବଲାଙ୍ଗୀରରେ ଏସ୍‌ପି ଭାବେ ନିଯୁକ୍ତି ମିଳିଛି।

ଏହା ସହ ବରିଷ୍ଠ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି, ରାଧାକୃଷ୍ଣ ଶର୍ମାଙ୍କୁ ଏଡିଜି ମୁଖ୍ୟାଳୟ, ସଂଜୟ କୁମାରଙ୍କୁ ଏଡିଜି ଆଇନଶୃଙ୍ଖଳା ଓ କମ୍ୟୁନିକେସନ, ଅମିତାଭ ଠାକୁରଙ୍କୁ ପରିବହନ କମିସନର, ସୁରେଶ ଦେବଦତ୍ତ ସିଂହଙ୍କୁ ଏଡିଜି ଅପରେସନ, ରାଜେଶ କୁମାରଙ୍କୁ ଏଡିଜି ଆଧୁନିକୀକରଣ, ନରସିଂହ ଭୋଳଙ୍କୁ ଅବକାରୀ କମିସନର, ଆଶିଷ ସିଂହଙ୍କୁ କେନ୍ଦ୍ରାଞ୍ଚଳ ଆଇଜି, ରାଜେଶ ପଣ୍ଡିତଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି, ଅଖିଳେଶ୍ବର ସିଂହଙ୍କୁ ଡିଆଇଜି ଏସ୍‌ଆଇଡବ୍ଲୁ ଓ ଚରଣ ସିଂହ ମୀନାଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଅବସ୍ଥାପିତ କରିଛନ୍ତି।