’ଦ କେରଲା ଷ୍ଟୋରୀ’, ସୁପ୍ରିମକୋର୍ଟ ହଟାଇଲେ ବ୍ୟାନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ  ’କେରଲ ଷ୍ଟୋରୀ’  ଉପରେ ହୋଇଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି ।   ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୂଡ଼ ପଶ୍ଚିମବଙ୍ଗ ସରକାରଙ୍କୁ କହିଛନ୍ତି କି ଦେଶରେ ସବୁଠି ଫିଲ୍ମ ଲୋକ ଦେଖୁଛନ୍ତି ।  ନିର୍ଦ୍ଧିଷ୍ଟ ଏକ ଜିଲ୍ଲାରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇପାରେ କିନ୍ତୁ ସମଗ୍ର ରାଜ୍ୟରେ ନୁହେଁ ।  ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି ଯେ ଏହି ଫିଲ୍ମର ଟିଜର ଯେଉଁଥିରେ ୩୨ ହଜାର ବାଳିକାଙ୍କୁ ଟାର୍ଗେଟ କରାଯାଇଥିଲା ବୋଲି ଉଲ୍ଲେଖ ଥିଲା । ସେହି ଟିଜରକୁ ହଟାଇ ଦିଆଯାଇଛି । କେରଳ ହାଇକୋର୍ଟ ମଧ୍ୟ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଛନ୍ତି । ଦେଶରେ ଏହି ଫିଲ୍ମ ଭଲ ବ୍ୟବସାୟ କରୁଛି, ସମସ୍ତେ ଫିଲ୍ମକୁ ଉପଭୋଗ କରୁଛନ୍ତି  । ପଶ୍ଚିବବଙ୍ଗରେ ଏପରି ପ୍ରତିବନ୍ଧକ ଖରାପ ପରମ୍ପରା ସୃଷ୍ଟି କରୁଛି । ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ହାଜର ହୋଇଥିବା ଓକିଲ ଅଭିଷେକ ମନୁ ସିଂଭିଙ୍କୁ କୋର୍ଟ କହିଛନ୍ତି କି ଏହା ଦ୍ବାରା କିଛି ଲୋକଙ୍କ ଭାବନା ଆହତ ହେବ । ତେବେ କୋର୍ଟ କହିଛନ୍ତି ଫିଲ୍ମକୁ ରାଜ୍ୟବାସୀଙ୍କୁ ଦେଖାଇବା ପାଇଁ ବ୍ୟବସ୍ଥା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଯେତେବେଳେ ଏହି ଫିଲ୍ମ ପୂରା ଦେଶରେ ଚାଲିପାରିବ ତେବେ ପଶ୍ଚିମବଙ୍ଗରେ କ’ଣ ଅସୁବିଧା । ଯଦି କୌଣସି ଗୋଟିଏ ଜିଲ୍ଲାରେ ଆଇନ ଶୃଙ୍ଖଳା ସମସ୍ୟା ଅଛି ତେବେ ସେଠାରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।