ଫାଳେ ଇଞ୍ଜିନରେ ଚାଲିଛି ସରକାର :ଧର୍ମେନ୍ଦ୍ର

ଭୁବନେଶ୍ବର: ଝାରସୁଗୁଡ଼ା ନିର୍ବାଚନରେ ବିଜୟ ପରେ  ପ୍ରଥମେ କେନ୍ଦ୍ର ସରକାରକୁ ନବୀନ କରିଥିଲେ  ଟାର୍ଗେଟ୍ । ଆଉ ଏବେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର ଦେଖିବାକୁ ମିଳିଛି। ବିଜେପିର ଡବଲ ଇଞ୍ଜିନ ନୁହେଁ ଲୋକ ଗୁଡ ଗଭର୍ଣ୍ଣାସ ଚାହାଁନ୍ତି ବୋଲି ନବୀନ କହିଥିଲେ । ଏଭଳି  ସମାଲୋଚନା ପରେ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ୍ ଶୁଣିବାକୁ ମିଳିଛି। ଧର୍ମେନ୍ଦ୍ର କହିଛନ୍ତି ଏଠି ଚାଲିଛି ଫାଳେ ଇଞ୍ଜିନର ସରକାର। ତେଣୁ ବିକାଶ ହେଉନାହିଁ ।  ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇପାରିବ ନାହିଁ। ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ସେ ନିଷ୍ପତ୍ତି ଆଗକୁ ନିଆଯିବ। ଓଡ଼ିଶାରେ ଗୁଡ ଗଭର୍ଣ୍ଣାସର ଅଭାବ ରହିଛି। ଯେଉଁଥି ପାଇଁ ଓଡ଼ିଶାରେ ଅପପୁଷ୍ଟି, ରକ୍ତହୀନତା, ଶିଶୁ ମୃତ୍ୟୁ ହାର ସମସ୍ୟା ଦେଖାଦେଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ମୋଦି ଇଞ୍ଜିନ ଲାଗିଲେ  ଓଡ଼ିଶାରେ ବର୍ଷ ବର୍ଷ ଧରି ଯେଉଁ ସମସ୍ୟା ଅଛି ତାହା ଦୂର ହୁଅନ୍ତା ବୋଲି ନବୀନଙ୍କୁ କାଉଣ୍ଟର କରିଛନ୍ତି ଧର୍ମେନ୍ଦ୍ର।