କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀକୁ ନେଇ ଚାଲିଛି ଲବି: ଆଗରେ ସିଦ୍ଧରମେୟା

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ସରଗରମ ।  ମୁଖ୍ୟମନ୍ତ୍ରୀ କଳି ପରେ  ଦିଲ୍ଲୀରେ ଘନ ଘନ ଚାଲିଛି ବୈଠକ । ସିଦ୍ଧରମୈୟା ମୁଖ୍ୟମନ୍ତୀ ହେବେ ବୋଲି ଚର୍ଚା ହେଉଛି । ଉପମୁଖ୍ୟମନ୍ତ୍ରୀ ହେବେ  ଶିବକୁମାର । ଗୁରବାର ହୋଇପାରେ ଶପଥ ଗ୍ରହଣ ଉତ୍ସବ  । ଦୁଇ ଜଣଙ୍କ ସମର୍ଥକମାନେ ଏନେଇ ରାସ୍ତାକୁ ଓହ୍ଲାଇଛନ୍ତି ।  ଡିକେ ଶିବକୁମାର, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ।  ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହାପରେ ପରେ ତାଙ୍କୁ ଭେଟିଛନ୍ତି ସିଦ୍ଧରମୈୟା ।