ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିବାହ ବାତିଲ
ମେଟ୍ରୋ ଟିଭି ଓଡିଶା,୨୪/୧ : ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢୁଥିବାରୁ ଦେଶର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ କୋଭିଡ କଟକଣା ଆହୁରି କଡାକଡି ପାଇଁ ନିର୍ଦ୍ଦେଶ ଦେବା ସହ ନିଜ ବିବାହ ଉତ୍ସବକୁ ବାତିଲ କରିଦେଇଛନ୍ତି । ଗତକାଲି ଜାନୁଆରୀ ୨୩ରେ ସେ ତାଙ୍କ ପ୍ରେମିକ କ୍ଲାର୍କ ଗେଫୋର୍ଡ ବିବାହ କରିଥାନ୍ତେ । ଏଥିପାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିଲା କିନ୍ତୁ କରୋନାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେ ନିଜ ବିବାହକୁ ସ୍ଥଗିତ ରଖିଛନ୍ତି ।
ସୂଚନା ଅନୁସାରେ ସେ କହିଛନ୍ତି , ସେ ବି ନ୍ୟୁଜିଲାଣ୍ଡର ସାଧ୍ୟାରଣ ଲୋକଙ୍କ ପରି । ସାଧାରଣ ଲୋକ ଯେପରି କୋଭିଡ ପାଇ ବିବାହକୁ ବନ୍ଦ କରୁଛନ୍ତି ସେ ବି ସେହିପରି କରିଛନ୍ତି । ନ୍ୟୁଜିଲାଣ୍ଡରେ ଲାଗି ହୋଇଥିବା କଟକଣା ମୁତାବକ କୋଭିଡର ସପୂର୍ଣ୍ଣ ଟୀକା ନେବା ପାରେ ବିବାହ କରିପାରିବେ । କିନ୍ତୁ ମୋଟୁକାଠାରେ ଗୋଟିଏ ପରିବାରର ୯ଟି ଲୋକ ଓମିକ୍ରନରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।