ଅର୍କେଶଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା

ବଲାଙ୍ଗୀର : ବଲାଙ୍ଗୀର ରାଜପରିବାରେ ଉଠିଛି ଝଡ ।  ରଜାଘର ବୋହୁ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ଅର୍କେଶ ନାରାୟଣ ସିଂହଦେଓ ତାଙ୍କ ପତ୍ନୀ ଅଦ୍ରିଜାଙ୍କୁ ମାନସିକ, ଶାରୀରିକ ନିର୍ଯାତନା  ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। କିଭଳି ତାଙ୍କୁ ନିର୍ଯାତନା ଦିଆଯାଉଛି ସେ କଥା  ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରିକି ତାଙ୍କ ସ୍ବାମୀ ତାଙ୍କଠାରୁ ଡିଭୋର୍ସ ଚାହୁଁଥିବା ସେ କହିଛନ୍ତି ।  ଭାଇରାଲ ହେଉଥିବା ତଥ୍ୟ ଅନୁସାରେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ସିଂହଦେଓ ତାଙ୍କୁ ତାଙ୍କ ସ୍ବାମୀ ମାରପିଟ୍‌ କରିଥିବା ଦର୍ଶାଇ ଡେରାଡୁନ୍‌ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାରଙ୍କୁ ଭେଟି ସେ ଅଭିଯୋଗ କରିଛନ୍ତି ।  ଅଦ୍ରିଜା ଭିଡିଓରେ କହିଛନ୍ତି ତାଙ୍କ ସ୍ବାମୀ ଅର୍କେଶଙ୍କୁ ରାଜନୀତିରେ ସେ  ସହଯୋଗ କରୁଥିଲେ। ତାଙ୍କ ମାଆଙ୍କ ଦେହ ଅସୁସ୍ଥ ଥିବା ସମୟରେ ମଧ୍ୟ ସେ ପଂଚାୟତ ଏବଂ ପୈାର ନିର୍ବାଚନରେ ସହଯୋଗ କରିଥିଲେ ।  ବଲାଙ୍ଗୀର ଅଂଚଳର ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। କିନ୍ତୁ କ’ଣ ହେଲା କେଜାଣି ଅର୍କେଶ ଏବଂ ତାଙ୍କ ପରିବାର ତାଙ୍କୁ ନିର୍ଯାତନା ଦେଉଛନ୍ତି । ବଲାଙ୍ଗିର ଆସିବାକୁ ତାଙ୍କୁ ଅନୁମତି ଦେଉନାହାଁନ୍ତି ।  ବିବାହ ବିଚ୍ଛେଦ କଣ ପାଇଁ ଅର୍କେଶ ଚାହୁଁଛନ୍ତି ତାହା ସେ ମଧ୍ୟ ଜାଣିନାହାଁନ୍ତି ବୋଲି କହିଛନ୍ତି । ତେବେ ଏସବୁ ଅଭିଯୋଗକୁ ଅର୍କେଶ ଖଣ୍ଡନ କରିଛନ୍ତି । କହିଛନ୍ତି ତାଙ୍କର ଡିମାଣ୍ଡ ଅଧିକ । ତାଙ୍କୁ କିଛି ନିର୍ଯାତନା ଦିଆଯାଇନାହିଁ ।