ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ନୂଆଦିଲ୍ଲୀ: ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ଭିଲ୍ଲୁପୁରମ,ଚେଙ୍ଗଲପଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।ଭିଲ୍ଲୁପୁରମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୫ ଜଣଙ୍କ ମୃତ୍ୟୁ ହୋଇଛି।  ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଭିଲ୍ଲୁପୁରମ ଏସ୍‌ପି ଏବଂ ଚେଙ୍ଗଲପଟ୍ଟୁ ଏସ୍‌ପିଙ୍କ ସମେତ ୪ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି।  ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।  ବିଷାକ୍ତ ମଦ ବିକ୍ରି କରିଥିବା ଏବଂ ତିଆରି କରୁଥିବା ପ୍ରାୟ ୯ ଜଣ ଲୋକ ଗିରଫ ହୋଇଛନ୍ତି।