ମାଟିରୁ ୭୦ଫୁଟରୁ ଉଚ୍ଚରେ ଝୁଲୁଛନ୍ତି ଭାଇ-ଭଉଣୀ

ମାଟିରୁ ୭୦ଫୁଟରୁ ଉଚ୍ଚରେ ଝୁଲୁଛନ୍ତି ଭାଇ-ଭଉଣୀ
https://www.instagram.com/reel/CXxiJfCJen9/?utm_source=ig_embed&ig_rid=f2028b60-966e-4a8f-bf38-4bfa95a183d5

ମେଟ୍ରୋ ଟିଭି ଓଡିଶା,୨୪/୧ : ମଣିଷ ସବୁ ବେଳେ କିଛି ନା କିଛି ଜିନିଷକୁ ଦେଖି ଡରିଥାଏ । ଏହି ସବୁ ଭୟ ଭିତରେ କିଛି ଲୋକ ଅଛନ୍ତି ସେମାନେ ଏପରି କାମ କରିଯାଆନ୍ତି ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗେ । ଏହି ପରି କିଛି ଆଶ୍ଚର୍ଯ୍ୟ କଲା ଭଳି କାର୍ଯ୍ୟ କରିଛନ୍ତି ଅଷ୍ଟ୍ରେଳିଆର ଦୁଇ ଭାଇ-ଭଉଣୀ । ୭୦ ଫୁଟ ଉପରୁ ଝୁଲାରେ ଝୁଲିକି ଶୋଇବାର ମଜା ଉଠାଉଛନ୍ତି ଏହି ଦୁଇ ଭାଇ-ଭଉଣୀ ।

https://www.instagram.com/reel/CXx6GFPqcIm/?utm_source=ig_embed&ig_rid=ecc8a687-8d98-4dd0-911f-ad0515956263


ସୂଚନା ଅନୁସାରେ, ୨୩ ବର୍ଷିୟ ସାମ ସିମୋନ୍ସ ଓ ୧୯ ବର୍ଷିୟା ଆରିନା ସିମୋନ୍ସ ଦୁଃସାହାସିକ ଷ୍ଟଣ୍ଟ କରି ଦେଖାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଦୁଇ ଭାଇ-ଭଉଣୀ ଯୋଡି ଯାହା କରି ଦେଖାଇଛନ୍ତି ସମସ୍ତଙ୍କ ହୃଦୟ ଥରି ଉଠୁଛି । ନ୍ୟୁ ସାଉଥ ୱେଲ୍ସରେ ଛୁଟି କାଟିବାକୁ ଯାଇ ସେମାନେ ପ୍ରାୟତଃ ୭୦ ଫୁଟ ଉଚ୍ଚ ଦୁଇ ପାହାଡ ମଧ୍ୟରେ ଝୁଲୁଥିବାର ଦେଖାଯାଇଥିଲା । ସାମ୍ ୩ ମିଟର ଉଚ୍ଚରେ ଥିବାବେଳେ ତାଙ୍କ ଭଉଣୀ ଆରିନା ତାଙ୍କ ଠାରୁ ୧୦ ମିଟର ଉଚ୍ଚରେ ଥିଲେ । ଭାଇ ଓ ଭଉଣୀଙ୍କର ଏହି ସାହସୀକତା ସହ ପୁରା ରାତି ସେଠାରେ ଝୁଲିକି ବିତାଇଲେ । ଅନେକ ଲୋକମାନେ ତାଙ୍କୁ ଦେଖିବା ପରେ ତାଙ୍କୁ ପ୍ରଶଂସା କରିଛନ୍ତି କିନ୍ତୁ ତାଙ୍କ ସୁରକ୍ଷାକୁ ନେଇ ବହୁତ ଚିନ୍ତା ପ୍ରକଟ କରିଛନ୍ତି । ଏକ ସାକ୍ଷାତକାରରେ ସାମ କହିଛନ୍ତି ଯେ ସେ ଦୀର୍ଘ ବର୍ଷ ଧରି ଏହିପରି ରହିବା ବିଷୟରେ ବହୁତ ଭାବିଥିଲେ । କିନ୍ତୁ ସେ ଏଭଳି ଠିକ୍ ସ୍ଥାନ ପାଇନଥିଲେ । ଯେତେବେଳେ ସେ ଏହି ସ୍ଥାନ ପାଇଲେ, ସେ କିଛି ନଭାବି ତୁରନ୍ତ ସେଠାକୁ ଯାଇ ନିଜ ସ୍ୱପ୍ନକୁ ପୂରଣ ପୁରା କରିଛନ୍ତି।