ପରାଜୟର ସମୀକ୍ଷା କରିବ କଂଗ୍ରେସ

ଝାରସୁଗୁଡ଼ା:  ବିଧାନସଭା ଉପନିର୍ବାଚନରେ ହାରିଲା କଂଗ୍ରେସ । ଖାଲି ହାରିଲା ନାହିଁ ଅମାନତ ହରାଇଲା । ଦିନେ ଏହି ଆସନ କଂଗ୍ରେସର ଗଡ଼ ଥିଲା । ଆଜି କିନ୍ତୁ ଭୋଟ ନାହିଁ । ହାତଗଣତି କିଛି ଭୋଟ ପାଉଛି  କଂଗ୍ରେସ  । ଏଥର ତରୁଣ ପାଣ୍ଡେଙ୍କୁ ମିଳିଲା ମାତ୍ର ୪,୪୭୩ ଖଣ୍ଡ ଭୋଟ। ନେତାମାନେ ଏହାକୁ ନେଇ ନେତୃତ୍ବ ଉପରେ ଦୋଷ ଲଦୁଥିବାବେଳେ  ଏତେ ବଡ଼ ପରାଜୟର କାରଣ ଖୋଜିବାକୁ କମିଟି ଗଠନ କରିଛି କଂଗ୍ରେସ । ଝାରସୁଗୁଡ଼ା ପରାଜୟର ସମୀକ୍ଷା କରିବାକୁ ତିନି ଜଣିଆ କମିଟି ଗଠନ ହୋଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପରାଜୟର କାରଣ ଖୋଜିବାକୁ ୩ ଜଣିଆ କମିଟି ଝାରସୁଗୁଡ଼ା ଗସ୍ତ କରିବେ। ରିପୋର୍ଟ ଆସିବା ପରେ ଏଆଇସିସିକୁ ପ୍ରଦାନ କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।