କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସିଦ୍ଧରମେୟା ନା ଶିବକୁମାର ?

ବେଙ୍ଗାଲୁରୁ: ସିଦ୍ଧରମେୟା ଏବଂ ଡିକେ ଶିବକୁମାର। ଏହି ନାମକୁ ନେଇ କର୍ଣ୍ଣାଟକଠୁ ଆରମ୍ଭ କରି ସାରା ଦେଶରେ ଚର୍ଚା । ଗଣମାଧ୍ୟମରେ ଏହି ଦୁଇ ନେତାଙ୍କୁ ନେଇ ଅନେକ ଲେଖା ଲେଖାଯାଉଛି ।  ଡିକେ ଶିବକୁମାର ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କର୍ଣ୍ଣାଟକର ବଡ଼ ନେତା ଭାବରେ ପରିଚିତ। ଦୁଇ ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖିଛନ୍ତି । କାହା ସ୍ବପ୍ନ ବାସ୍ତବ ହେବ ତାହା ରାହୁଲ ଗାନ୍ଧୀ ନିଷ୍ପତ୍ତି ନେବେ ।  କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ତାହାର ଉତ୍ତର ଆଜି ମିଳିଯିବ ।  ଶିବକୁମାର ଙ୍କ ପ୍ରଶଂସକ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଲବି କରୁଛନ୍ତି ।  ସିଦ୍ଧରମେୟାଙ୍କ ପ୍ରଶଂସକ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଲବି କରୁଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ  ଦଳ ବହୁମତଠୁ ଅଧିକ ଆସନ ଜିତିବା ପରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ହେବାକୁ ନେଇ ଏହି ଦୁଇନେତାଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହେବା ଆଭାସ ମିଳିଲାଣି ।