କର୍ଣ୍ଣାଟକରେ କଂଗ୍ରେସ ଗଠନ କରିବ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ବାଜି ମାରିନେଇଛି କଂଗ୍ରେସ । ମଧ୍ୟାହ୍ନ ସୁଦ୍ଧା କଂଗ୍ରେସ ସବୁଠୁ ବଡ଼ ଦଳ ଭାବେ ଦେଖାଦେଇଛି ।  କଂଗ୍ରେସ କ୍ଷମତାସୀନ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି। ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ଠାରୁ କଂଗ୍ରେସ ଜିତିବ ବୋଲି ଦେଖାଯାଇଛି ।  କର୍ଣ୍ଣାଟକାର 224 ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ 137, ବିଜେପି 63, ଜେଡିଏସ୍‌ 20 ଓ ଅନ୍ୟାନ୍ୟ ଦଳ 4ଟି ଆସନରେ ଲିଡ୍‌ କରୁଛନ୍ତି। ତେବେ ଏହି ସଂଖ୍ୟା କମୁଛି ଏବଂ ବଢ଼ୁଛି । 2000 ରୁ କମ ଭୋଟରେ 37ଟି ବିଧାନସଭା ଆସନରେ ଫଳାଫଳ ଏପଟ ସେପଟ ରହୁଛି । 15ଟି ଆସନରେ 500ରୁ 1000 ଭୋଟ ବ୍ୟବଧାନ ରହିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ସର୍ବାଧିକ 73.19% ମଦତାନ ହୋଇଥିଲା । କଂଗ୍ରେସକୁ ସବୁଠାରୁ ଅଧିକ 43 % ଭୋଟ୍ ମିଳିଥିବା ବେଳେ ବିଜେପିକୁ ବର୍ତ୍ତମାନ ସୁଦ୍ଧା 36 ପ୍ରତିଶତ ଭୋଟ୍ ମିଳିଛି ।