ଝାରସୁଗୁଡ଼ାରେ ବିଜେଡିର ଦୀପାଳି ଦାସ ବିଜୟୀ

ଝାରସୁଗୁଡ଼ା: ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି । ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି ଦାସ ।  ଗତଥର ବିଧାୟକ ଥିବା ସ୍ବର୍ଗତ ନବ ଦାସ ଯେତିକି ଭୋଟ ପାଇଥିଲେ ତାହାଠାରୁ ଅଧିକ ଭୋଟ ପାଇଛନ୍ତି ଦୀପାଳି ।  ୪୮,୬୧୯ ଭୋଟରେ ଜିତିଛନ୍ତି ଦୀପାଳି ଦାସ  । ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ହରାଇଛନ୍ତି ଦୀପାଳି  । ଦୀପାଳି ଦାସ  ମୋଟ ୧ ଲକ୍ଷ ୭ ହଜାର ୩ ଭୋଟ୍ ପାଇଛନ୍ତି । ଟଙ୍କଧର ପାଇଛନ୍ତି 58 384 ଭୋଟ । ତରୁଣ ପାଣ୍ଡେ ପାଇଛନ୍ତି 4473 ଭୋଟ । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ  ଘୋଷଣା ବାକି ରହିଛି ।   ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବଡ଼ ବ୍ୟବଧାନରେ  ହରାଇଛନ୍ତି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ନବ ଦାସ ମୋଟ୍ ୯୮, ୬୨୦ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କ ଭୋଟ ପ୍ରତିଶତ ଥିଲା ୫୫.୯୭।  ତାଙ୍କ ପିତାଙ୍କଠାରୁ ଅଧିକ ଭୋଟ ପାଇଛନ୍ତି ଦୀପାଳି ।  ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ। ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କିଛି ଅଧିକ  ଭୋଟ ପାଇଛନ୍ତି ।