ଝାରସୁଗୁଡ଼ା ଭୋଟ ଗଣତି ଆରମ୍ଭ: ବିଜେଡି ଆଗୁଆ ଚାଲିଛି

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଭୋଟ ଗଣତି ଆରମ୍ଭ ହୋଇଛି ।  ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ଅଛନ୍ତି  । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଦ୍ବିତୀୟରେ ଅଛନ୍ତି ।  ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୧୩, ୫୪୫ ଭୋଟରେ ଆଗୁଆ  । ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି-୩୦୦୫୦ ଭୋଟ ପାଇଛି ।  ବିଜେପି-୧୬୫୦୫ ଭୋଟ ପାଇଛି ।  କଂଗ୍ରେସ-୧୧୫୦ ଭୋଟ ପାଇଛି । ବିଜେପି, ବିଜେଡ଼ ନେତାମାନେ ଜିତିବେ ବୋଲି କହୁଛନ୍ତି । କିନ୍ତୁ କିଏ ଜିତିବ ତାହା  ଭୋଟ ଗଣତି  ପ୍ରକାଶ ପାଇବା ପରେ ଜଣାପଡିବ ।  ୧୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହେଉଛି ।  ଆଉ କିଛି ସମୟ ପରେ  ଫଳାଫଳ ଆସିଯାଇପାରେ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ସରିଛି ।  ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହୋଇଛି । ଇଭିଏମ ଗଣନା ଲାଗି ୧୪ଟି କାଉଟିଙ୍ଗ ଟେବୁଲ ବ୍ୟବସ୍ଥା ହୋଇଛି ।