ବଲିଉଡ ଗୀତରେ ଭାରତୀୟ ନୈାସେନାର ଅଭ୍ୟାସ
ମେଟ୍ରୋ ଟିଭି ଓଡିଶା,୨୪/୧ : ଆଗକୁ ଆସୁଛି ଜାନୁୟାରୀ ୨୬ ଅର୍ଥାତ ଗଣତନ୍ତ୍ର ଦିବସ । ଏଥିପାଇଁ ଚଳଚଞ୍ଚଳ ପ୍ରତ୍ୟେକ ସ୍ୁଲ ,କଲେଜ ଅର୍ଥାତ ବିଭିନ୍ନ ଅନୁଷ୍ଠାନ । କାରଣ ୭୩ତମ ଦିବସକୁ ବେଶ ଧୂମଧାମରେ ପାଳନ କରାଯିବ । ଏଥିପାଇଁ ଚାଲିଛି ସବୁଠି ଜୋରଦାର ପ୍ରସ୍ତୁତି । କରୋନା କଟକଣା ଭିତରେ ଗଣତନ୍ତ୍ର ଦିବସ ପାଳନ କରାଯିବ । ଗଣତନ୍ତ୍ର ଦିବସ ପାଇଁ ପ୍ୟାରେଡ୍ ଅଭ୍ୟାସ ଚଳାଇଛନ୍ତି ଯବାନ ଏବଂ ସ୍କୁଲ ଛାତ୍ର ଛାତ୍ରୀ ମାନେ । ସେପଟେ ଭାରତୀୟ ନୈାସେନାର ଅଭ୍ୟାସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭାରତୀୟ ନୈାସେନା ଏକ ଟ୍ରୁପ ବଲିଉଡ ଚୈାକରେ ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ,ଦେହରେ ୟୁନିଫର୍ମ ଓ ହାତରେ ବନ୍ଧୁକ ଧରି ଯବାନ ମାନେ ପ୍ରତିଷ୍ଠିତ ବଲିଉଡ ଫିଲ୍ମ ‘ଅପନା ଦେଶ’ର ଗୀତର ତାଳେତାଳେ ନାଚୁଛନ୍ତି । ଏହା ୱାର୍ମଅପ ସମୟର ଭିଡିଓ । ଅର୍ଥାତ ଅଭ୍ୟାସ ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେନା ଯବାନ । ଆରଡି ବର୍ମନ ଓ ଆଶା ଭୋସଲେଙ୍କ ଏହି ପପୁଲାର ଗୀତର ତାଳରେ ଭାରତୀୟ ସେନା ଯବାନ ବାଜା ବଜାଇବା ସହ ନାଚୁଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଏହି ଭିଡିଓକୁ ଟ୍ୱିଟ୍ କରାଯାଇଛି ଏବଂ ୭୩ ତମ ଗଣତନ୍ତ୍ର ଦିବସରେ ପ୍ୟାରେଡର ଅନୁଭୂତି ନେବା ପାଇଁ ଅନଲାଇନରେ ସିଟ୍ ବୁକ କରିବାକୁ ଆହ୍ୱାନ କରାଯାଇଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା କେବଳ ଅଭ୍ୟାସ ବେଳର ଏକ ଭିଡିଓ ବୋଲି ସ୍ପଷ୍ଟ ହୋଇଛି । ଔପଚାରିକ ଭାବେ ପରେଡରେ ଏଭଳି ଗୀତ ପରିବେଷଣ କରାଯାଏ ନାହିଁ ବୋଲି ଜଣାପଡିଛି ।