ସୂର୍ଯ୍ୟକୁମାରଙ୍କ ଶତକ : ଗୁଜରାଟକୁ ୨୭ ରନରେ ପରାସ୍ତ କଲା ମୁମ୍ବାଇ

ଗୁଜରାଟକୁ ୨୭ ରନରେ ପରାସ୍ତ କରିଛି ମୁମ୍ବାଇ । ଗୁଜରାଟ ଆଗରେ ୨୧୯ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ। ଗୁଜରାଟ ୮ ଉଇକେଟ ହରାଇ ୧୯୧ ରନ କରିଥିଲା । ରସିଦ ଖାନ୍  ଶେଷରେ  ଭଲ ସଟ୍ ମାରିଥିଲେ । ୩୨ ବଲରେ ୭୯ ରନ୍ କରିଥିଲେ ରସିଦ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ପକ୍ଷରୁ ଦମଦାର ଶତକ କରିଥିଲେ ସୂର୍ଯ୍ୟକୁମାର ଯାଦବ ।  ନିଜର ବିସ୍ଫୋରକ ବ୍ୟାଟିଂର ଚମକ ଦେଖାଇ  ଦର୍ଶକଙ୍କ ମନ ମୋହିଥିଲେ  ।   ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପକ୍ଷରୁ ରୋହିତ  ୨୯ରନ ଓ ଇଶାନ ୩୧ରନ କରିଥିଲେ । ସୂର‌୍ୟ୍ୟକୁମାର ମାତ୍ର ୪୯ଟି ବଲରୁ ୬ଟି ଛକା ଓ ୧୧ଟି ଚୌକା ସହ ୧୦୩ରନ କରିଥିଲେ । ବିଷ୍ଣୁ ବିନୋଦ ୩୦ ରନ କରିଥିଲେ । ଗୁଜରାଟ ପକ୍ଷରୁ ରସିଦ ଖାଁ ୪ଟି ଓ୍ବିକେଟ ନେଇଥିବାବେଳେ ମୋହିତ ଶର୍ମା ୧ଟି ଓ୍ବିକେଟ ନେଇଥିଲେ । ଜିତିବା ଲକ୍ଷ୍ୟ ନେଇ ଖେଳୁଥିବା ଗୁଜରାଟ ପ୍ରଥମରୁ ଉଇକେଟ ହରାଇ ଚାଲିଥିଲା । ମିଲର କେବଳ ଦର୍ଶନୀୟ ସଟ୍ କିଛି ମାରି ୪୧ ରନ୍ କରିଥିଲେ, ବିଜୟ ଶଙ୍କର ୨୧ ରନ୍ କରିଥିଲେ ।