ବାଚସ୍ପତିଙ୍କ ପରେ ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବ ।  ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି  । ନୂଆ ମନ୍ତ୍ରୀ କିଏ ହେବ ତାହା ଜଣାପଡିନାହିଁ ।  ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଇଥିଲେ ମଧ୍ୟ କାରଣ କଣ ଜଣାପଡିନାହିଁ ।  ଉଲ୍ଲେଖ ଥାଉ କି ଗତ ଜୁନ, ୨୦୨୨ ମସିହାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ ପରିବର୍ତ୍ତନ ହୋଇଥିଲା ।  ସେତେବେଳେ ସବୁମନ୍ତ୍ରୀ ଇସ୍ତଫା ଦେଇଥିଲେ ଓ ବାଚସ୍ପତି ଥିବା ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ । ସେହିପରି ଆଜି ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ ।  ମାତ୍ର ବର୍ଷକ ପାଇଁ ଏହି ପଦରେ ରହିବା ପରେ ସେ ନିଜର ଇସ୍ତଫା ପତ୍ର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପାଖକୁ ପଠାଇଥିବା କହିଛନ୍ତି  । ଆସନ୍ତାକାଲି ଝାରସୁଗୁଡ଼ା ରେଜଲ୍ଟ ବାହାରିବ । ଦୀପାଳି ଦାସ ଜିତିଲେ ତାଙ୍କୁ ମନ୍ତ୍ରୀ ପଦ ଦେଇପାରନ୍ତି ନବୀନ  । ଏନେଇ ଚର୍ଚା ଜୋର ଧରିଛି । ତେବେ ନୂଆ ମନ୍ତ୍ରୀ କିଏ ହେବ ତାହା ଦିନେ ଦୁଇ ଦିନ ଭିତରେ ଜଣାପଡିବ ।