ବିଳାସପୂର୍ଣ୍ଣ ଫ୍ଲାଟ କିଣି ଚର୍ଚ୍ଚାରେ ଅକ୍ଷୟ କୁମାର

ବିଳାସପୂର୍ଣ୍ଣ ଫ୍ଲାଟ କିଣି ଚର୍ଚ୍ଚାରେ ଅକ୍ଷୟ କୁମାର

ମେଟ୍ରୋ ଟିଭି ଓଡିଶା,୨୪/୧ : ଅକ୍ଷୟ କୁମାର ନିଜର ଫିଲ୍ମ ଓ ଷ୍ଟାଇଲ ଆକ୍ସନ ଷ୍ଟଣ୍ଟ ପାଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଫିଲ୍ମର ଗୀତ ମଧ୍ୟ ସବୁ ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଲାଇମଲାଇଟରେ ଥାଏ । ଏହା ବ୍ୟତୀତ ଅକ୍ଷୟ କୁମାର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏଭଳି ପରିସ୍ଥିତିରେ ଅକ୍ଷୟ ବର୍ତ୍ତମାନ ଆଉ ଗୋଟିଏ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କର ନୂଆ ଫ୍ଲାଟକୁ ନେଇ ।

ସୂଚନା ଅନୁଯାୟୀ ଅକ୍ଷୟ କୁମାର ଏକ ନୂଆ ଫ୍ଲାଟ କିଣିଛନ୍ତି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ରହିଛି । ଏହା ସହ ଫ୍ଲାଟଟି ବହୁତ ବିଳାସପୂର୍ଣ୍ଣ ଅଟେ। ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସମ୍ପୂର୍ଣ୍ଣ ସୂଚନା ସାମ୍ନାକୁ ଆସିନାହିଁ। ଶୁଣିବାକୁ ମିଳୁଛି କି ଫ୍ଲାଟଟିର ମୂଲ୍ୟ ପ୍ରାୟତଃ ୭.୮ କୋଟି ଟଙ୍କା ରହିଛି ବୋଲି କୁହାଯାଉଛି । ଏହି ଫ୍ଲାଟ ଖର ୱେଷ୍ଟର ଜୟ ଲିଜେଣ୍ଡ ବିଲ୍ଡିଂର ୧୯ତମ ମହଲାରେ ରହିଛି । କେବଳ ଏତିକି ନୁହେଁ ଅକ୍ଷୟ ଫ୍ଲାଟ ସହିତ ଚାରିଟି ଗାଡି ପାଇଁ ପାର୍କିଂ ସ୍ଥାନ ମଧ୍ୟ ଦିଆଯାଇଛି । ଏହା ସହ ଅକ୍ଷୟ କୁମାର ୨୦୨୧ ଡିସେମ୍ବର ମାସରେ ଆନ୍ଧେରି ୱେଷ୍ଟରେ ଥିବା ତାଙ୍କ ଅଫିସକୁ ୯କୋଟିରେ ବିକ୍ରି କରିଥିଲେ । ଏହା ପରେ ସେ ଖର ୱେଷ୍ଟରେ ଏକ ନୂଆ ଆପାର୍ଟମେଣ୍ଟ ନେଇଥିଲେ। ନୂଆ ଘରକୁ ନେଇ ଅଧିକ କିଛି ଅଫିସିଆଲ୍ ଅପଡେଟ୍ ଜାରି କରାଯାଇ ନାହିଁ ।