Odisha ଚାଲିଗଲା ୪ ହାତୀଙ୍କ ଜୀବନ On May 12, 2023 ଗୁଣପୁର: ପୁଣି ବିଦ୍ୟୁତ ଆଘାତରେ ଯାଇଛି ହାତୀଙ୍କ ଜୀବନ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡା ନିକଟରେ ୪ଟି ହାତୀଙ୍କ ମୃତଦେହ ଠାବ ହେବାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ବିଦ୍ୟତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିଥିବାରୁ ବିଦ୍ୟୁତ୍ ଆଘାତ କୁହାଯାଉଛି । ଏକ ୬ ଟିକିଆ ହାତୀପଲ ଯାଉଥିବା ବେଳେ ନିକଟରେ ଥିବା ଟ୍ରାସନ୍ସଫରମ ବିଦ୍ୟୁତ ତାର ଲାଗିଯିବା ଫଳରେ ଘଟଣାସ୍ଥଳରେ ୪ ଟି ହାତୀର ମୃତ୍ୟୁ ଘଟିଛି। ଆଉ ଦୁଇଟି ହାତୀ ପ୍ରାଣ ବିକଳରେ ନିକଟ ପାହାଡ଼ ଚଢି ଯାଇଥିବା ଜଣାପଡ଼ିଛି। ଶ୍ରୀକାକଲମ ଜିଲ୍ଲା ଡିଏଫଓ ସମେତ ଉଚ୍ଚସ୍ତରୀୟ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । Share