ପ୍ରତିଦିନ ନୂଆ ରେକର୍ଡ କରୁଛି ଖଦି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଖଦି ସହ ଦେଶବାସୀଙ୍କ ମିଳିତ ସହଯୋଗ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ସହ ପ୍ରତିଦିନ ନୂଆ ରେକର୍ଡ କରୁଛି ।ଏମଏସଏମଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଏକ ଟୁଇଟରେ ସୂଚନା ଦେଇଛନ୍ତି, ଯେ, ଖଦି ଗ୍ରାମୋଦ୍ୟୋଗ କାରିଗରଙ୍କ କୌଶଳ ବଢ଼ାଇବା ସହ ସେମାନଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ।ସେ ଆହୁରି କହିଛନ୍ତି, ୨୦୨୨ ଏପ୍ରିଲ ୧ରୁ ୨୦୨୩ ଜାନୁଆରୀ ୩୧ ପର୍ଯ୍ୟନ୍ତ କେଭିଆଇସି ମୋଟ ୭୭୮୮୭.୯୭ କୋଟିର ଉତ୍ପାଦନ କରିଛି, ୧୦୮୫୭୧.୮୪ କୋଟିର ବିକ୍ରି କରିଛି ଏବଂ ୧.୭୨ କୋଟିର ନିଯୁକ୍ତି ସୃଷ୍ଟି କରିଛି ।ଏସଏମଇ ମନ୍ତ୍ରୀଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:‘ଏହି ଉପଲବ୍ଧି ଉତ୍ସାହିତ କରିଥାଏ! ଖଦି ସହ ଦେଶବାସୀଙ୍କ ସହଯୋଗ ରୋଜଗାରକୁ ପ୍ରୋତ୍ସାହିତ କରିବା ସହ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି’ ।
ये उपलब्धियां उत्साहित करती हैं! खादी से देशवासियों का यह जुड़ाव रोजगार को बढ़ावा देने के साथ-साथ नित नए रिकॉर्ड बना रहा है। https://t.co/3kJDiRnSyi
— Narendra Modi (@narendramodi) May 9, 2023