ତୃତୀୟ ସାମ୍ମୁଖ୍ୟ ଗଠନ ନେଇ କୌଣସି ସମ୍ଭାବନା ନାହିଁ: ନବୀନ
ନୂଆଦିଲ୍ଲୀ : ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି ସମୟରେ କୌଣସି ରାଜନୈତିକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇନି ବୋଲି ନବୀନ କହିଛନ୍ତି ।
#WATCH | Delhi: There is no possibility of a Third front as far as I am concerned: Odisha CM Naveen Patnaik after his meeting with PM Narendra Modi pic.twitter.com/dRr1fxsiYm
— ANI (@ANI) May 11, 2023
ସାମ୍ବାଦିକମାନେ ନବୀନଙ୍କୁ ପ୍ରଶ୍ନ କରିଥିଲେ ଯେ ତୃତୀୟ ସାମ୍ମୁଖ୍ୟ ନେଇ କୌଣସି ଆଲୋଚନା ହୋଇଛି କି? ଏହାର ଉତ୍ତରରେ ନବୀନ କହିଥିଲେ ଯେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ସେ କୌଣସି ସମ୍ଭାବନା ଦେଖୁନାହାନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ କରି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଆଲୋଚନା ହୋଇଛି ।
Chief Minister of Odisha, Shri @Naveen_Odisha met Prime Minister @narendramodi.@CMO_Odisha pic.twitter.com/7ZBiUKxNhD
— PMO India (@PMOIndia) May 11, 2023