କୋଲକାତାକୁ ୯ ଓ୍ବିକେଟରେ ହରାଇଲା ରାଜସ୍ଥାନ

କୋଲକାତାକୁ  ୯ ଓ୍ବିକେଟରେ ହରାଇଛି ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ରନ କରିଥିଲା । ରେହମାନୁଲ୍ଲା ଗୁରବାଜ୍ ବି ୧୮ ରନ କରିଆଉଟ ହୋଇଥିଲେ । ତେବେ ଭେଙ୍କଟେଶ ଆୟର ସର୍ବାଧିକ୫୭ରନ ଓ ରାଣା ୨୨ରନ କରିଥିଲେ । ରିଙ୍କୁ ସିଂ ୧୬ରନ କରି ଚହଲଙ୍କ ବଲରେ ଆଉଟ ହୋଇଥିଲେ । ରାଜସ୍ଥାନ ଓପନର ଯଶସ୍ବୀ ଜୟସ୍ବାଲ ତୋଫାନି ଇନିଂସ ଖେଳିଥିଲେ । ସେ ମାତ୍ର ୪୭ ବଲରେ ୯୮ ରନ କରି ୧୩.୧ ତମ ଓଭରରେ ନିଜ ଦଳ ପାଇଁ ବିଜୟ ଆଣିଦେଇଥିଲେ । ଅଧିନାୟକ ସଂଜୁ ସାମସନ ମଧ୍ୟ  ୪୮ରନ କରିଥିଲେ ।