ଆଜି ମୋଦି-ନବୀନ ଭେଟଘାଟ

ଭୁବନେଶ୍ବର : ଆଜି ଦିଲ୍ଲୀରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଦୁଇଦିନ ପୂର୍ବରୁ ନୀତିଶଙ୍କ ସହ ଏକଘଣ୍ଟା ନବୀନ ନିବାସରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ତୃତୀୟ ମେଂଟ ନେଇ ମୁହଁ ଖୋଳିନଥିଲେ ନବୀନ । ଗତକାଲିଠାରୁ  ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମୋଦିଙ୍କୁ ଭେଟି କଣ ଆଲୋଚନା କରିବେ ସେନେଇ ଚର୍ଚା ହେଉଛି । ମୋଦିଙ୍କ ସହ ନବୀନଙ୍କ ଭଲ ସଂପର୍କ ଥିବା କୁହାଯାଉଛି । ତେବେ  ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ନେଇ ମୋଦିଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି ।  ବିଭିନ୍ନ ଯୋଜନା ବାବଦକୁ ଓଡ଼ିଶା ପାଇବାକୁ ଥିବା କେନ୍ଦ୍ରୀୟ ସହାୟତା ତୁରନ୍ତ ଦେବାକୁ ଦାବି କରିପାରନ୍ତି ନବୀନ । ତେବେ ଭେଟିବା ପରେ ଏନେଇ ବିଜେଡି ପକ୍ଷରୁ କଣ ପ୍ରତିକ୍ରିୟା ରହୁଛି ତାକୁ ସମସ୍ତଙ୍କ ଅପେକ୍ଷା ।