ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!

ପୁରୀ: ଗତ ମାସ ୨୮ ତାରିଖରେ ପ୍ରଥମ ଥର ଲାଗି ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଛି। ହାୱଡ଼ା- ପୁରୀ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ।  ତେବେ ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ। ଏହାକୁ ନେଇ ଏବେ ଓଡ଼ିଶା ପ୍ରଧାନମନ୍ତ୍ରୀ ଆସିବା ନେଇ ଚର୍ଚା ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରୁଛନ୍ତି । ଏହି କ୍ରମରେ ଓଡ଼ିଶା ପ୍ରଧାନମନ୍ତ୍ରୀ ଆସିପାରନ୍ତି ବୋଲି ବିଜେପି ନେତା ଶ୍ରୀ ହରିଚନ୍ଦନ କହିଛନ୍ତି ।  ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଦେଖିବାକୁ ମିଳୁଛି, ସେଦୃଷ୍ଟିରୁ ସେ ପୁରୀରେ ବି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିପାରନ୍ତି।  ରଥଯାତ୍ରା ପୂର୍ବରୁ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ହେବ ବୋଲି ଚର୍ଚା ହେଉଛି ।