Odisha ତିନି ମାଓବାଦୀ ନିହତ On May 9, 2023 ଭୁବନେଶ୍ବର: ଗତ କିଛି ଦିନ ଧରି ମାଓ ଅପରେସନ ଜୋରଦାର ହୋଇଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ମାଓବାଦୀ ନିହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏଥିରେ ଟପ୍ ମାଓବାଦୀ ଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଏକେ ୪୭ ମିଳିଛି। ମାଓବାଦୀମାନେ ହିଂସା ପରିହାର କରିବା ପାଇଁ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ନିବେଦନ କରିବା ସହ ଆଗକୁ ସର୍ଚ ଅପରେସନ ଜାରି ରହିବ ବୋଲି କହିଛନ୍ତି । Share